କୋଭିଡ୍ ପରିଚାଳନା ନେଇ ଓଡିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଶଂସା : ମହାମାରୀ ସମୟରେ କୋଭିଡକୁ ସଠିକ୍ ଭାବେ ପରିଚାଳନା କରିଛି ଓଡିଶା;  ସଠିକ୍ ପରିଚାଳନା ପାଇଁ ମୃତ୍ୟୁହାର କମ୍, ସୁସ୍ଥହାର ଅଧିକ ରହିଛି 

351

କନକ ବ୍ୟୁରୋ : ଭଲ କୋଭିଡ ପରିଚାଳନା ପାଇଁ ଓଡିଶାକୁ ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।  ସଙ୍ଗଠନ ପକ୍ଷରୁୁ କୁହାଯାଇଛି, ମହାମାରୀ ସମୟରେ କୋଭିଡକୁ ଠିକ୍ ଭାବେ ପରିଚାଳନା କରିପାରିଛି ଓଡିଶା । ଠିକ ପରିଚାଳନା ଯୋଗୁଁ ରାଜ୍ୟରେ  ମୃତ୍ୟୁହାର କମ ଓ ସୁସ୍ଥହାର ଅଧିକ ରହିଛି ।  କରୋନା ମୁକାବିଲା ପାଇଁ  ଗ୍ରାମ ପଂଚାୟତକୁ ସାମିଲ କରାଯାଇ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇପାରିଛି । ଉଚ୍ଚ ଟେଷ୍ଟିଂ କୌଶଳ ସହ  ପ୍ରଭାବଶାଳୀ ଢଙ୍ଗରେ ରୋଗୀଙ୍କ ଯତ୍ନ ନିଆଯାଇପାରିଛି ବୋଲି କହିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ  କୋଭିଡ କେୟାର ସେଂଟର ପ୍ରତିଷ୍ଠା କରି  ଲୋକଙ୍କୁ ସ୍ୱାସ୍ୱ୍ୟ ସୁବିଧା ଯୋଗାଇଦେଇପାରିଛି ।  କୋଭିଡ ସମୟରେ  ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଠିକ ଭାବେ ପରିଚାଳନା କରିଛି ଓଡିଶା ।

ସବୁଠାରୁ ବଡକଥା ହେଲା, କୋଭିଡ ପରିଚାଳନାରେ ମିଶନ ଶକ୍ତିକୁ ସାମିଲ କରାଯାପାରିଛି ।  ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ସାମାଜିକ ଦୂରତା, ସଚେତନତା, ଚିକିତ୍ସା କ୍ଷେତ୍ରରେ  ଠିକ  ନିଷ୍ପତି ନିଆଯାଇଛି ।  ଆଉ ଏସବୁର ଠିକ ଭାବେ ତଦାରଖ ବି ହୋଇପାରିଛି । ଓଡିଶାର ଟେଷ୍ଟି ଷ୍ଟ୍ରାଟେଜିକୁ ବି ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।