କରୋନାକୁ ନେଇ ବଡ ଆଶା ଦେଖାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ହୁ’ର ନିର୍ଦେଶକ କହିଲେ, ଆଗାମୀ ଦୁଇ ବର୍ଷ ଭିତରେ ପୃଥିବୀ ପୃଷ୍ଠରୁ ହୋଇଯିବ ଗାଏବ; ସ୍ପାନିଶ ଫ୍ଲୁ ଠାରୁ ବି କମ ସମୟ ଭିତରେ ଶେଷ ହୋଇଯିବ କରୋନା

890

କନକ ବ୍ୟୁରୋ : ବିଶ୍ୱରୁ କେବେ ବିଦାୟ ନେବ କରୋନା? ଆଶା ଆଶଙ୍କା ଭିତରେ  ବଡ ଆଶା ଦେଖାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।  ଦୁଇ ବର୍ଷରୁ କମ ସମୟ ଭିତରେ ପୃଥିବୀରୁ କରୋନା ସମାପ୍ତ ହୋଇଯିବ । ଏପରି ଆଶା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁ ଏଚଓ ମୁଖ୍ୟ ଟେଡରୋସ  ଗ୍ରେବିୟସ କହିଛନ୍ତି, ଆଶା କରୁଛୁ କରୋନା ମାହାମାରୀ ଦୁଇ ବର୍ଷରୁ କମ ସମୟ ଭିତରେ ପୃଥିବୀ ପୃଷ୍ଠରୁ ବିଦାୟ ନେଇଯିବ । ୧୯୧୮ ମସିହାରେ ବ୍ୟାପିଥିବା ମହାମାରୀ ସ୍ପାନିଶ ଫ୍ଲୁ ଠାରୁ କମ ସମୟ ଭିତରେ କରୋନା ଶେଷ ହୋଇଯିବ । ସାରା ବିଶ୍ୱ ଯଦି କରୋନା ମୁକାବିଲା ନେଇ ଏକଜୁଟ ହୋଇ କାମ କରନ୍ତି ଓ କରୋନା ଟିକା ଶୀଘ୍ର ଆସିଯାଏ ତେବେ ଦୁଇ ବର୍ଷରୁ କମ ସମୟ ଭିତରେ କରୋନା ପୃଥିବୀ ପୃଷ୍ଠରୁ ବିଦାୟ ନେଇଯିବ ।