ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ

134

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ ଶ୍ରମିକ । କଣ ହେବ, କେମିତି ଉଦ୍ଧାର ହେବେ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଟନେଲରୁ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକ ଉଦ୍ଧାର ପରେ ଏବେ ସାରା ଦେଶ ଖୁସି ବ୍ୟକ୍ତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ଉତ୍ତରକାଶୀରେ ଆମ ଶ୍ରମିକ ଭାଇମାନଙ୍କର ରେସ୍କ୍ୟୁ ଅପରେସନ ସମସ୍ତଙ୍କୁ ଭାବୁକ କରିଦେବ । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସାହସ ଆଉ ଧୈ÷ର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ମୁଁ ଆପଣ ସମସ୍ତଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି । ସେହିପରି ରାଷ୍ଟ୍ରପତି ଟ୍ୱିଟ କରି ଲେଖିଛନ୍ତି, ଉତ୍ତର ପ୍ରଦେଶର ଟନେଲରୁ ସମସ୍ତ ଶ୍ରମିକ ଉଦ୍ଧାର ହେବା ପରେ ମୁଁ ଆଶ୍ୱସ୍ତି ଅନୁଭବ କରୁଛି । ୧୭ ଦିନର ସେମାନଙ୍କ ଯନ୍ତ୍ରଣା ମାନବ ଧୈର୍ଯ୍ୟର ପ୍ରମାଣ ଅଟେ ।