ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ

7,102

କନକ ବ୍ୟୁରୋ : ୧୭ ଦିନର ସଂଘର୍ଷ ପରେ ଶେଷରେ ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଗତ ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ପାଖାପାଖି ୪୦୦ଘଣ୍ଟାର ଏହି ଅପରେସନରେ ଅନେକ ବାଧା ବିଘ୍ନ ସାମ୍ନାକୁ ଆସିଥିଲା । ତଥାବି ହାର ମାନିନଥିଲେ ଉଦ୍ଧାରକାରୀ ଟିମ୍ । ଶେଷରେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଉଦ୍ଧାର ପରେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିଲେ ଦେଖିବାକୁ ମିଳିଛି କି, ଟନେଲ ଭିତରେ କେମିତି ଦିନ କାଟୁଥିଲେ ଶ୍ରମିତ ।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି କେମିତି ଶ୍ରମିକମାନେ ଦିନ କାଟୁଥିଲେ । ଗୋଟିଏ ଫଟେରେ ନଜର ଆସିଛି କି, ଶ୍ରମିକଙ୍କ ନିକଟକୁ ପଠାଯାଉଥିବା ଖାଦ୍ୟ ବୋତଲକୁ ଖାଇବା ପରେ ଗୋଟିଏ ସ୍ଥାନରେ ସାଇତି ରଖାଯାଇଛି । ପାଖରେ ଫଳ ଥୁଆ ହୋଇଛି । କଦଳୀ, ସେଓ ଏବଂ ଅନ୍ୟାନ୍ୟ ଫଳମୂଳ ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ପଠାଯାଉଥିଲା ।

 

ତେବେ ଉଦ୍ଧାର ପରି ଫସିଥିବା ଶ୍ରମିକଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କେବେ ଆଶା ଛାଡିନଥିଲୁ । ଆମେ ଜାଣିଥିଲୁ ଆମକୁ ସୁରକ୍ଷିତ ଉଦ୍ଧାର କରିନିଆଯିବ । କିନ୍ତୁ କେଉଁଠିନା କେଉଁଠି ମନରେ ଡର ବି ଥିଲା । ଏବେ ଉଦ୍ଧାର ହେବା ପରେ ଲାଗୁଛି ନୂଆ ଜୀବନ ପାଇଗଲୁ ।

ଉଦ୍ଧାର ହେବା ପରେ କିଛି ଶ୍ରମିକଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ତ ଆଉ କିଛି ଶ୍ରମିକଙ୍କ ମୁହଁରେ ୧୭ଦିନର କଷ୍ଟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାହାରେ ଶ୍ରମିକଙ୍କୁ ସ୍ୱାଗତ କରିବା ପାଇଁ ଫୁଲମାଳ ଧରି ଲୋକେ ଛିଡା ହୋଇଥିଲେ । ଶ୍ରମିକମାନେ ଉଦ୍ଧାର ହେବା ମାତ୍ରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି