ଦିନ ଦିପହରରେ ନିୟମର ଖୋଲାଖୋଲି ଉଳ୍ଲଂଘନ ଅଭିଯୋଗ: ନିୟମ ନମାନି ଡହ ଡହ ଖରାରେ ସ୍କୁଲ କାମ କରୁଛନ୍ତି ଶ୍ରମିକ

107

କନକ ବ୍ୟୁରୋ: ସରକାରୀ ନିୟମର ଖୋଲା ଖୋଲି ଉଲ୍ଲଂଘନ । ଦିନ ଦିପହରରେ ବିଦ୍ୟାଳୟ କାମ ଚାଲିଛି । ହେଲେ ଟାଣ ଖରାରେ କାମ କରିବାକୁ ମନା କରାଯାଇଥିବା ବେଳେ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି । ବିଦ୍ୟାଳୟ କାମ ନିମ୍ନମାନର ହେଉଛି ତା ସହିତ ତରବରିଆ ଭାବେ ଦିପହରରେ ଶ୍ରମିକଙ୍କୁ କାମରେ ଲଗାଯାଉଛି । ଏହି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ସୋଲଗାଁରେ ଦେଖିବାକୁ ମିଳିଛି । ଗରିବ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରାଯାଉଛି । ବିଦ୍ୟାଳୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆରମ୍ଭରୁ ନିମ୍ନମାନର କାମ ଅଭିଯୋଗ । କେଉଁଠି କଂକ୍ରିଟ ଢଳେଇ ଫାଟିଲାଣି ତ ଆଉ କେଉଁଠି ବାଲି ସଠିକ୍ ବ୍ୟବହାର ହେଉନି । ସେପଟେ ଶ୍ରମିକଙ୍କ ଇଚ୍ଛା ନଥାଇ ବି ଡହ ଡହ ଖରାରେ କାମ କରାଯାଉଥିବା ହୋଇଛି ଅଭିଯୋଗ ।

କାମ ସମୟରେ ଠିକା କମ୍ପାନୀର କର୍ମଚାରୀ ମାନଙ୍କ ଯୁକ୍ତି ତର୍କ ଦେଖିବାକୁ ମିଳିଛି । କୌଣସି ନୟମ ହୋଇନି ଦିନ ୧୨ଟା ଯାଏ କାମ କରିହେବ । ଏପରିକି ସରକାରଙ୍କ ନିୟମ କଣ ସେମାନେ ଜାଣନ୍ତି ନାହିଁ ବୋଲି ଖୋଲାଖୋଲି କହିଛନ୍ତି । ସେପଟେ ନିମ୍ନମାନର କାମ ହେଉଥିବା ଜାଣିବା ପରେ ସୋଲଗାଁର ଲୋକମାନେ ବିରୋଧ କରିବା ସାଙ୍ଗକୁ ଆଗକୁ ଏହାଉପରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବିଦ୍ୟାଳୟ ତିଆରିରେ ନିମ୍ନମାନର କାମ ହୋଇଥିବା ବେଳେ ଅନ୍ୟପଟେ ଖରାରେ ଶ୍ରମକଙ୍କୁ କାମ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।