ଅଧାରେ ପଡିଛି ବସଷ୍ଟାଣ୍ଡ କାମ,ଅବଧି ସରିଯିବା ପରେ ବି ମନ୍ଥର ଗତିରେ ଚାଲିଛି ସହଦେବଖୁଣ୍ଟା ପୁରୁଣା ବସଷ୍ଟାଣ୍ଡ କାର୍ଯ୍ୟ ।

182

କନକବ୍ୟୁରୋ:ଅବଧି ପରେ ବି ଅଧାପନ୍ତରିଆ ହୋଇ ପଡି ରହିଛି ସହଦେବଖୁଣ୍ଟା ପୁରୁଣା ବସଷ୍ଟାଣ୍ଡ କାର୍ଯ୍ୟ । ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ଓ ବସ କର୍ମଚାରୀ । ଯାହାଫଳରେ ସହରର ରାସ୍ତାକଡରେ ଓ ରେଳ ଷ୍ଟେସନରେ ହେଉଛି ବସ ପାର୍କିଂ । ବାଲେଶ୍ୱର ସହଦେବଖୁଂଟାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ନବୀକରଣ କରାଯାଇଛି । ଏନେଇ ୯ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୨୩ ଅକ୍ଟୋବର ଥିଲା ଅବଧି । ହେଲେ ଅବଧି ସରିଯାଇଥିଲେ ବି ଏପର୍ଯ୍ୟନ୍ତ କାମ ସରିନି । ଗରମ ଗୁଳୁଗୁଳିରେ ଅପେକ୍ଷା କରି ରହିଛନ୍ତି ଲୋକମାନେ । ଯାତ୍ରୀ ମାନେ ହନ୍ତସନ୍ତ ହେଉଥିବା ବେଳେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇପାରିନି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ବସଷ୍ଟାଣ୍ଡ ଜିଲ୍ଲାର ମୁଖ୍ୟ ବସଷ୍ଟାଣ୍ଡ ହୋଇଥିବା ବେଳେ ପ୍ରତିଦିନ ଶହଶହ ବସ ଏଠାକୁ ଆସିଥାଏ । ଅଧିକାଂଶ ବସ ସହରର ମୁଖ୍ୟ ରାସ୍ତାରୁ ନେଇ ରେଳଷ୍ଟେସନ ପ୍ଲାଟଫର୍ମ ପାଖରେ ପାକିଂ କରାଯାଉଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିୁଛି । ଏବେ ଗରମ ଦିନ ହୋଇଥିବାରୁ ସମସ୍ୟା ଆହୁରି ବଢିଯାଇଛି । ସ୍ଥାନ ଅଭାବରୁ ଛୁଆପିଲା ଧରି ଦୂରୁ ଆସୁଥିବା ଯାତ୍ରୀ ମାନେ ବହୁ ଅସୁବିଧା ଭୋଗୁଛନ୍ତି । ସେପଟେ ସମସ୍ୟା ସମ୍ପର୍କରେ ଜଣାଯିବା ପରେ ଖୁବଶିଘ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇ କାମ ସମ୍ପ୍ରୁ୍ଣର୍ ହେବ ବୋଲି ମିଳିଛି ପ୍ରତିଶ୍ରୁତିି । ବସଷ୍ଟାଣ୍ଡ କାମ ସମ୍ପୁର୍ଣ୍ଣ କରାଯାଇପାରିଲେ ଦୂରରୁ ଆସୁଥିବା ଯାତ୍ରୀ ମାନେ ଉପକୃତ ହୋଇପ।।ରିବେ ।