ବିପଦ ସଙ୍କୁଳ ଅବସ୍ଥାରେ ଜଗନ୍ନାଥ ସାଗର ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ଚାଲିଛି  ପୁନରୁଦ୍ଧାର । କାମ ନସରୁଣୁ ଦବିଗଲା ରାସ୍ତା 

Advertisment
ବିପଦ ସଙ୍କୁଳ ଅବସ୍ଥାରେ ଜଗନ୍ନାଥ ସାଗର ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ଚାଲିଛି  ପୁନରୁଦ୍ଧାର । କାମ ନସରୁଣୁ ଦବିଗଲା ରାସ୍ତା 

କନକ ବ୍ୟୁରୋ : ଜୟପୁର ସହରର ଲାଇଫ ଲାଇନ ଜଗନ୍ନାଥ ସାଗରର ପୁନରୁଦ୍ଧାର କାମ ଚାଲିଛି ହେଲେ ୩୦ ଭାଗ କାମ ସରିନଥିଲେ ବି ସାଗର ଦେଇ ଯାଇଥିବା ରାସ୍ତା ସମ୍ପୁର୍ଣ୍ଣ ରୁପେ ଦବିଗଲାଣି   ବିପଦ ସଙ୍କୁଳ ଅବସ୍ଥା ଦେଖି ଜୟପୁର ପୌର ପାଳିକା  ବୋର୍ଡ଼ ଲଗାଇବା ସହ ୨୪ ଘଂଟିଆ ରାସ୍ତାକୁ ଜଗିବା ପାଇଁ ସୁରକ୍ଷା ଗାର୍ଡ଼ ଯୋଗାଇଛନ୍ତି ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ହେଲେ କାମ ଆଖିଦୃଶିଆ କରାଯାଉନି   ବର୍ଷା ଆଗରୁ କାମ ସରିବ ବୋଲି କୁହାଯାଥିଲେ ବି କାମ ସରିବା ଦୁରର କଥା ଯାଏଁ  ୩୦ ଭାଗ କାମ ବି ସରିନି ରାସ୍ତା ଦବିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ .ଦେଖିବାକୁ ମିଳିଛି

ଜଗନ୍ନାଥ ସାଗର ଜୟପୁର ସହରର ଲାଇଫ ଲାଇନ ଏହାର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ସରକାରଙ୍କ ତରଫରୁ ଆସିଛି   ବର୍ତମାନ ପର୍ଯ୍ୟନ୍ତ କୋଟି ଖର୍ଚ୍ଚ ହୋଇଛି ଆହୁରି ୧୦ କୋଟି ଟଙ୍କା ରହିଛି ଲଗାତର ବର୍ଷା ଜିଲ୍ଳାରେ ଜାରି ରହିଥିବାରୁ ଏହି ରାସ୍ତା ଦବିଗଲା ତଥାପି କାମ ଜାରି ରହିବ   ଆସନ୍ତା ବର୍ଷ ବର୍ଷା ଆଗରୁ ଏହାକୁ ସାରିବାକୁ ଚେଷ୍ଟା କରିବାକୁ ମିଳିଛି ପ୍ରତିଶ୍ରୁତି ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଅନେକ ବାର ପ୍ଳାନ ତିଆରି ହୋଇଛି ଏହାର ଖୁବଶୀଘ୍ର କାମ ସରିଲେ ପୁଣି ଥରେ ସାଗରର ସୗନ୍ଦର୍ଯ୍ୟ ଫେରି ଆସିବ ଯାହାକୁ ସମସ୍ତଙ୍କ ଅପେକ୍ଷା ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe