କନକ ବ୍ୟୁରୋ: ବିଶ୍ୱରେ ଅନେକ ବିଚିତ୍ରମୟ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳେ । ଏପରି କିଛି ଘଟଣା ଦେଖିବାକୁ ମିଳେ ପୋଲାଣ୍ଡର ଏକ ଗାଁରେ । ଏଠି ରହିଛି ଏପରି ଏକ ଗାଁ ଯେଉଁଠି ପଡିଛି ପୁଅ ମଡକ । କହିବାର ଅର୍ଥ ଏଠି ଦୀର୍ଘ ୧୨ ବର୍ଷ ହେବ ଜନ୍ମ ହେଉନାହାଁନ୍ତି ପୁଅ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୟୁକ୍ରେନର ସୀମାକୁ ଲାଗି ରହିଥିବା ଦେଶ ପୋଲାଣ୍ଡରେ ରହିଛି ମିଜେସ୍କ ଓଦ୍ରଜେନେସ୍କି ନାମକ ଗାଁ । ଏଠାରେ ଦୀର୍ଘ ୧୨ ହେବ ଜନ୍ମ ନେଉଛନ୍ତି କେବଳ ଝିଅ । ପୁଅ ଆଦୌ ଜନ୍ମ ହୋଇନାହାଁନ୍ତି । ଗାଁର ଏହି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକ ତ ଦୂରର କଥା ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ ହୁଅନ୍ତି । ଏହି ଗାଁରେ ଏମିତି କାହିଁକି ଘଟୁଛି ତାହା ସମସ୍ତଙ୍କ ପାଇଁ ଏକ ରହସ୍ୟ ।
ଗାଁରେ ପୁଅ ଜନ୍ମ ନହେବା ନେଇ ସମସ୍ତେ ଚିନ୍ତାରେ କିନ୍ତୁ ଏହାର ସମାଧାନର ବାଟ କିନ୍ତୁ କାହାରି ପାଖରେ ନାହିଁ । ୨୦୧୯ରେ ସେଠାକାର ମେୟର ଏକ ଅଶ୍ଚର୍ଯ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ ଯଦି ଗାଁରେ କାହାରି ପୁଅ ହୁଏ ତେବେ ସେହି ପରିବାକୁ ବିଶେଷ ଭାବେ ପୁରସ୍କୃତ କରାଯିବ ।
ଏହି ଗାଁ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ସେମାନେ ଏଠିକାର ରହସ୍ୟ ଜାଣିବାକୁ ଅନୁସନ୍ଧାନ କଲେ । କିନ୍ତୁ ଅନେକ ଗବେଷଣା କରିବା ପରେ ବି କୌଣସି ସଫଳତା ପାଇଲେ ନାହିଁ । ବୈଜ୍ଞାନିକମାନେ ଜାଣିପାରିଲେ ନାହିଁ ଏହି ଗାଁର ଗୁମର କଥା । ତେବେ କେବଳ ବୈଜ୍ଞାନିକ ମାନେ ନୁହଁନ୍ତି ସାମ୍ବାଦିକମାନେ ମଧ୍ୟ ଏହି ଗାଁ ଉପରେ ଅନେକ ଗବେଷଣା ଚଳାଇଲେ । କିନ୍ତୁ ଏଯାଏଁ ଏହି ଗାଁର ରହସ୍ୟ କେହି ଭେଦ କରିପାରିନାହାଁନ୍ତି ।
ଏହି ଗାଁରେ ପାଖାପାଖି ୩୦୦ ଲୋକ ବାସ କରନ୍ତି । ତେବେ ଏହି ଗାଁ ବିଷୟରେ କେମିତି ଜଣାପଡିଲା ତାହା ବି ଭାରି ରୋଚକ । ଥରେ ଅଗି୍ନଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗତା ଆୟୋଜିତ ହୋଇଥିଲା । ଗାଁର ସମସ୍ତ ଦଳରେ କେବଳ ବାଳିକା ହିଁ ଥିଲେ । ସେବେଠାରୁ ଏହା କନ୍ୟାରତ୍ନଙ୍କ ଗାଁ ଭାବେ ପରିଚୟ ପାଇଲା ।
ଏହି ଗାଁ ଏକ ଅଜବ ଗାଁ । ଏଠାରେ ୨୦୧୦ ମସିହା ଠାରୁ ଆଜିଯାଏଁ କୌଣସି ପୁତ୍ର ସନ୍ତାନ ଜନ୍ମ ନେଇନାହାଁନ୍ତି । ହେଲେ ଏଠାରେ ଝିଅମାନେ ସବୁ ପ୍ରକାର କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଘର କାମକୁ ବାଦ ଦେଲେ ଏମାନେ କୃଷି ଠାରୁ ଆରମ୍ଭ କରି ଫାୟାର ଷ୍ଟେସନ୍, ଟ୍ରକ ଚାଳକ, ବ୍ୟବସାୟ ସବୁଥିରେ ଧୁରନ୍ଦର ।
Follow Us