କନକ ବ୍ୟୁରୋ: ଲୋକସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି । ଯାହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ।
ତେବେ ଏହା ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ନେଇ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ମେନକା ଗାନ୍ଧୀ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଆଜି ମହିଳାଙ୍କୁ ଏପରି ଅଧିକାର ମିଳିବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ୍ ଆସିବା ପରେ ମହିଳାମାନଙ୍କର ଭାଗ୍ୟ ବଦଳିଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/Womens-Reservation-Bill.webp)