କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳ ହତ୍ୟାକାଣ୍ଡ ଘଟଣା । ମୃତ ମହିଳାଙ୍କ ମୃତଦେହକୁ ସମ୍ପୃକ୍ତ ଘରୁ ଉଦ୍ଧାର କରାଗଲା । ମହିଳାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଗଲା । ସେପଟେ ହତ୍ୟାକାଣ୍ଡକୁ ନେଇ ରହସ୍ୟ ବଢିଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୃତ ମହିଳାଙ୍କ ଶ୍ୱଶୂର । ମହିଳାଙ୍କ ଶ୍ୱଶୂର କହିଛନ୍ତି, ମୋ ବୋହୂକୁ ହତ୍ୟା କରାଯାଇଛି । ଘଟଣାରେ ନ୍ୟାୟ ମିଳୁ ।
ଆଜି ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଏୟାରଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/07/30-3.jpg)