କନକ ବ୍ୟୁରୋ: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆତ୍ମହତ୍ୟା ପାଇଁ କୂଅକୁ ଡେଇଁଥିବା ସ୍ତ୍ରୀଙ୍କୁ ୮ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି ।
୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ ପୁଅ-ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ । ପରେ ଏମ୍. ଭାଗ୍ୟଲକ୍ଷ୍ମୀ ପାତ୍ର ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ କୂଅ ଭିତରେ ପୁଅ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଥିଲେ ଭାଗ୍ୟଲକ୍ଷ୍ମୀ । ଭାରତୀୟ ଦଣ୍ଡବିଧି ଆଇନ୍ ଅନୁସାରେ, ଆତ୍ମହତ୍ୟା ଉଦ୍ୟମ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଭାଗ୍ୟଲକ୍ଷ୍ମୀଙ୍କୁ ୮ ବର୍ଷର ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ସେପଟେ ସ୍ତ୍ରୀକୁ ନିର୍ଯାତନା ଦେବା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ସ୍ୱାମୀ ଏମ.ରାଜେଶ ପାତ୍ରଙ୍କୁ ୫ ବର୍ଷର ଜେଲ ସହ ୨୦ ହଜାର ଟଙ୍କା ଜରିମାନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/01/7-22.jpg)