ମୁଣ୍ଡଳି ଟୋଲଗେଟ୍ ଆକ୍ରମଣରେ ବର୍ତ୍ତିଲେ ନାହିଁ ମହିଳା ପର୍ଯ୍ୟଟକ। ମହିଳାଙ୍କୁ ଠେଙ୍ଗା ଓ ପ୍ଲାଷ୍ଟିକ ପାଇପରେ ମାଡ ମାରିଲେ ଟୋଲଗେଟ୍ କର୍ମଚାରୀ

486

କନକ ବ୍ୟୁରୋ: ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ସ୍ୱତନ୍ତ୍ର ବସରେ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଇଛନ୍ତି । ଟୋଲ ଗେଟରେ ଛତିଶଗଡ ପର୍ଯ୍ୟଟକଙ୍କ ସହ ଟୋଲଗେଟ୍ କର୍ମଚାରୀଙ୍କ ମାରପିଟରେ ବାଦପଡିଲେ ନାହିଁ ମହିଳା ପର୍ଯ୍ୟଟକ । ଆକ୍ରମଣକାରୀମାନେ ମହିଳାମାନଙ୍କୁ ମଧ୍ୟ ଛାଡିନାହାନ୍ତି । ହାତରେ ଠେଙ୍ଗା ଓ ପ୍ଲାଷ୍ଟିକ୍ ପାଇପ ଧରି ମାରପିଟ୍ କରିଛନ୍ତି । ରଣକ୍ଷେତ୍ର ପାଲଟି ଯାଇଥିଲା ମୁଣ୍ଡଳି ଟୋଲଗେଟ୍ ଅଞ୍ଚଳ । ଟୋଲ ଗେଟରେ ଟଙ୍କା ଦେଣନେଣକୁ ନେଇ ଏଭଳି ତୁୁମୁଳକାଣ୍ଡ ଘଟିଛି । ତୀର୍ଥଯାତ୍ରୀମାନେ ୨ଟି ବସ୍ ଯୋଗେ ୧୭ ଦିନ ଧରି ବୁଲାବୁଲି କରିବା ପରେ ଗତକାଲି ଛତିଶଗଡକୁ ଫେରୁଥିଲେ । ତୀର୍ଥଯାତ୍ରୀ ବସ କାଲି ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟରେ ପହଂଚିବା ପରେ ବସ୍ ପିଛା ୫ ଶହ ଟୋଲ ଫି ଦାବି କରିଥିଲେ କର୍ମଚାରୀ । ହେଲେ ଟୋଲ ଫି ୨ଶହ ଟଙ୍କା ବୋଲି ବସ୍ ଡ୍ରାଇଭର କହିବାରୁ ଆରମ୍ଭ ହୋଇଥିଲା ବଚସା । ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ ମୁହାଁମୁହିଁ ହୋଇଥିଲେ । ଆକ୍ରମଣକାରୀ ମାନେ ଗୋଡେଇ ଗୋଡେଇ ମହିଳାଙ୍କୁ ଆକ୍ରମଣ କରିଥିଲେ । ଟୋଲ୍ ଗେଟ୍ କର୍ମଚାରୀ ଛତିଶଗଡ଼ର ମହିଳା ତୀର୍ଥଯାତ୍ରୀ ମାଡ ମାରିଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି ।