ଓଡିଆରେ ଲେଖିପାରିଲେନି ବୋଲି… ମହିଳା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ।

905

କନକ ବ୍ୟୁରୋ: ଲେଖା ଜଣା ନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ । ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଗ୍ରାମ ପଞ୍ଚାୟତ ଅଧିନିୟମ ୧୧ବି ଅନୁସାରେ କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା କୋର୍ଟ ।

୨୦୨୨ ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତରୁ ବିଜୟୀ ହୋଇଥିଲେ କନକଲତା । ସେ ପଢ଼ିବା ଜାଣିଥିବା ବେଳେ ଲେଖିବା ଜାଣି ନଥିଲେ।ଯାହାକୁ ନେଇ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ଲଳିତା ବଡ଼ ରଇତ ପ୍ରଥମେ ମୋହନା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । କୌଣସି କାର୍ୟ୍ୟାନୁଷ୍ଠାନ ନ ହେବାରୁ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ପରେ ମାମଲାର ଶୁଣାଣି କରି କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି କୋର୍ଟ । ଏଥିସହ ପୁଣି ଥରେ ନିର୍ବାଚନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୋହନା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।