ବିଡିଓଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସରପଞ୍ଚ ଆମରଣ ଅନଶନ ।

53

କନକ ବ୍ୟୁରୋ: ମହିଳା ସରପଞ୍ଚ ଅହୋରାତ୍ର ଆମରଣ ଅନଶନ । ରାଜକନିକା ବ୍ଲକର ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି କୋରାନ୍ଦ ପଂଚାୟତର ମହିଳା ସରପଞ୍ଚ । କେନ୍ଦ୍ରପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ସରପଞ୍ଚ ନିଜ ଛୋଟ ଶିଶୁକୁ ଧରି ଅନଶନରେ ବସିଛନ୍ତି । ତାଙ୍କ ସହ ନାଏବ ସରପଞ୍ଚ ଓ କେତେକ ୱାର୍ଡ ସଭ୍ୟ ଅନଶନରେ ବସିଛନ୍ତି । ରାଜକନିକା ବିଡିଓ କୌଣସି ବିକାଶ ମୂଳକ କାମ କରେଇ ଦେଉ ନାହାନ୍ତି । ଜନପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି । ଏଭଳି ଅଭିଯୋଗ ଆଣି ଦୁଇ ଦିନ ହେଲା ମହିଳା ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ଅନଶନରେ ବସିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।