କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରୀ କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି କରିଥିବା ଜଣାପଡିଛି ।
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ପର୍ସ ଚୋରୀ କରି ମହିଳା ଫେରାର : ସିସିଟିଭି ଫୁଟେଜରେ ଚୋରି କଲାବେଳର ଦୃଶ୍ୟ; ଗୋଟିଏ ଦିନରେ ୧୦ରୁ ଅଧିକ ଦୋକାନରେ ଚୋରି
/kanak/media/post_attachments/wp-content/uploads/2020/09/1-8.jpg)