କନକ ବ୍ୟୁରୋ: କରୋନା ଭୟରେ ବନ୍ଦୀ ହୋଇ ରହିଥିଲେ ମହିଳା । ଗୁରୁଗ୍ରାମ ମାରୁତି ବିହାରର ଜଣେ ମହିଳା ମୁନମୁନ ମାଞ୍ଝିି ନିଜ ସହ ୧୦ ବର୍ଷର ପୁଅକୁ ଦୀର୍ଘ ୩ ବର୍ଷ ହେଲା ବନ୍ଦୀ କରି ରଖିଥିଲେ । ବାହାରେ ଚାକିରୀ କରୁଥିବା ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘରେ ପୁରାଇ ଦେଇନଥିଲେ । ଏନେଇ ତାଙ୍କ ସ୍ୱାମୀ ବାଧ୍ୟ ହୋଇ ବାହାରେ ଘର ଭଡା ନେଇ ରହୁଥିଲେ । ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

Advertisment

ଅଭିଯୋଗ ମିଳିବା ପରେ ପୁଲିସ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଉଭୟ ମହିଳା ଓ ଶିଶୁଙ୍କୁ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳା ଓ ତାଙ୍କ ପୁଅ ଦୀର୍ଘ ୩ ବର୍ଷ ହେଲା ସୂର୍ଯାଲୋକ ଦେଖିନଥିଲେ । ଘର ଭିତରେ ରୋଷେଇ କରୁଥିଲେ ।