ରାଜ୍ୟପାଳ ରଘୁବର ଦାସ ଯାଜପୁର ଆସୁଥିବା ଜାଣି ରାସ୍ତାକଡକୁ ଧାଇଁ ଆସିଥିଲେ ମହିଳା: ଭଙ୍ଗା ଘରର ଅବସ୍ଥା ଦେଖାଇ ଆବାସ ପାଇଁ କାନ୍ଦିଲେ

243

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବା ସହ ଦଶରଥପୁର ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ କୁ ଯାଇ ସେଠାରେ ବିଭିନ୍ନ ବ୍ୟକ୍ତି ମାନଙ୍କୁଭେଟିବା ସହିତ ସରକାରୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ରାସ୍ତାରେ ଯାଉଥିବାବେଳେ ରାସ୍ତା କଡ଼ରେ ଜଣେ ଅସହାୟ ମହିଳାଙ୍କ କଥାରେ ଅଟକି ଯାଇଥିଲେ ରାଜ୍ୟପାଳ । ମହିଳା ଜଣକ ପକା ଘର ପାଇଁ ରାଜ୍ୟପାଳଙ୍କ ହାତ ଧରି କାନ୍ଦି କାନ୍ଦି ଅନୁରୋଧ କରିଥିଲେ । ଏହି ସମୟରେ ରାଜ୍ୟପାଳ ସେହି ପରିବାରକୁ ୧ ଲକ୍ଷ ଟଙ୍କାଦେବାକୁ ପ୍ରତିଶୃତିଦେବା ସହିତ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତିଦେଇଛନ୍ତି । ଏହି ଗସ୍ତ କାଳରେ ବିଭିନ୍ନ ପଂଚାୟତ ର ଜନସାଧାରଣ ରାଜ୍ୟପାଳ ଙ୍କୁ ବିଭିନ୍ନ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।