ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ ! ୧୪ବର୍ଷ ଧରି କୋମାରେ ପଡିଥିବା ମହିଳା, କେମିତି ଜନ୍ମ କଲେ ପୁଅ

Advertisment
ଡାକ୍ତରଖାନାରେ ବିଦ୍ୟୁତ ନେଇ ଗଲା ଜୀବନ ! ଡାଏଲିସିସ୍‌  ବେଳେ ଚାଲିଗଲା ବିଜୁଳି, ରୋଗୀର ହୋଇଗଲା ମୃତ୍ୟୁ

source : onedirectionfanfiction.org

ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ପ୍ରଦେଶ ଅନ୍ତର୍ଗତ ଫିନିକ୍ସ ସ୍ଥିତ ହେସିଏଣ୍ଡା ହେଲଥ କେୟାରରେ ପ୍ରାୟ ୧୪ ବର୍ଷ ହେବ କୋମାରେ ପଡ଼ିରହିଥିବା ଜଣେ ମହିଳା ଡିସେମ୍ବର ୨୯ ତାରିଖ ଦିନ ପୁଅଟିଏ ଜନ୍ମ କରିଛନ୍ତି। ଏହା ଦୁଷ୍କର୍ମ ଘଟନା ହୋଇଥାଇପାରେ ବୋଲି ସନ୍ଦେହ କରି ପିଲାର ବାପା କିଏ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ମହିଳାଜଣକ ୨୪ ଘଣ୍ଟିଆ ଦେଖରେଖ ଆବଶ୍ୟକ କରୁଥିବାରୁ ତାଙ୍କ ରୁମକୁ ଅନେକ ଲୋକ ଯାତାୟାତ କରୁଥିଲେ।

publive-image

ପୁଲିସ ୱେବସାଇଟ୍ କହୁଛି, ମହିଳାଜଣକ ଜନ୍ମ ନକଲା ଯାଏଁ ସ୍ୱାସ୍ଥ୍ୟ କେନ୍ଦ୍ରର କୌଣସି କର୍ମଚାରୀ ଏ ବାବଦରେ କିଛି ଜାଣି ନଥିଲେ। କୋମାରେ ଥିବା ଉକ୍ତ ମହିଳା ଜଣକ ଯନ୍ତ୍ରଣାରେ ଗଁ ଗଁ ହେଉଥିଲେ କି, ସେମାନେ ଜାଣି ପାରୁ ନଥିଲେ ତାଙ୍କର କ’ଣ ଅସୁବିଧା ହେଉଛି। ଆଇନର ଗୋପନୀୟତା ଏବଂ ତଦନ୍ତ ଚାଲିଥିବାରୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖପାତ୍ର କୌଣସି ବିବୃତି ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe