କନକ ବ୍ୟୁରୋ: ୬ଦିନ ହେଲା ନିଖୋଜ ଅଛନ୍ତି ମା’ । ଆଉ ମା’ର ଫଟୋ ଧରି ବଜାର ଘାଟରେ ଖୋଜୁଛନ୍ତି ଦୁଇ ପୁଅ । ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଗଁପୁରର ସରୋଜ ସେଠୀଙ୍କ ପତ୍ନୀ ସବିତା ଗତ ୨୯ ତାରିଖରୁ କେଉଁଆଡ଼େ ଚାଲିଯାଇଛନ୍ତି । ସନ୍ଧ୍ୟା ସମୟରେ ପୋଖରୀରୁ ଆସୁଛି କହି ଘରୁ ଯାଇଥିଲେ ସବିତା । ହେଲେ ଆଉ ଫେରିନଥିଲେ । ସ୍ୱାମୀ, ସ୍ତ୍ରୀ, ଦୁଇପୁଅ ଓ ଶାଶୂ ଶଶୁରଙ୍କୁ ନେଇ ସବିତାଙ୍କ ପରିବାର । ସବିତାଙ୍କୁ ନପାଇ ପରିବାରର ସମସ୍ତେ ଦୁଃଖରେ ଥିବା ବେଳେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି ପୁରା ପରିବାର ।

Advertisment

ପୋଖରୀରୁ ଆସୁଛି କହି ନିଖୋଜ ହୋଇଯାଇଛନ୍ତି ସବିତା । ତେଣୁ କାଳେ ପାଣିରେ ବୁଡଯାଇଥିବା ସନ୍ଦେହରେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ । ସେ କେଉଁଆଡେ ଯାଇଛନ୍ତି । କେମିତି ଅଛନ୍ତି । ତାଙ୍କ ସହ କିଛି ଅଘଟଣା ଘଟିନାହିଁ ତ ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆସୁଛି ।