ଅନ୍ଧବିଶ୍ୱାସ ନା ଅଲୌକିକତା: ଦେବୀ ବେଶରେ ସଜେଇ ହୋଇ କାରରେ ଆସିଲେ ମହିଳା

435

କନକ ବ୍ୟୁରୋ: ଅନ୍ଧବିଶ୍ୱାସ ନା ଅଲୌକିକତା । ରାଜଧାନୀରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଭୁବନେଶ୍ୱର ମୈତ୍ରୀ ବିହାରରେ ମାନବରୂପୀ ଦେବୀଙ୍କୁ ନେଇ ଚର୍ଚ୍ଚା ହେଉଛି । ନୂଆ ଶାଢୀ, ମୁଣ୍ଡରେ ଓଢଣୀ ଆଉ ମୁକଟ ପିନ୍ଧୀ ଦେବୀ ବେଶରେ ସଜେଇ ହୋଇ ଆସିଲେ ମହିଳା । ଆଉ ସେଠାରେ ଉପସ୍ଥିତ ଲୋକେ ମାଆ ଆସିଛନ୍ତି ବୋଲି କହି ଘେରିଗଲେ । ଫୁଲମାଳ ପକାଇ, ଧୂପ ଦୀପ ବନ୍ଦାପନା କରି ମହିଳାଙ୍କୁ ପାଛୋଟି ନେଇଗଲେ । ସେଠାରେ ଉପସ୍ଥିତ କିଛି ମହିଳା ମୁଣ୍ଡରେ ନାଲି କପଡା ଓ ସାଲୁକନା ଭିଡି ଜୟ ମା ହାତୀଆଶୁଣି କହି ପୂଜାର୍ଚ୍ଚନା କରିବାକୁ ଲାଗିଲେ । ସେମାନଙ୍କ ବିଶ୍ୱାସ ଯେ, ଏହି ମହିଳାଙ୍କ ଦେହରେ ମାଆ ହାତୀଆଶୁଣି ଆସିଛନ୍ତି । ଏଭଳି ଘଟଣା କୌଣସି ଉପାନ୍ତ ଆଦିବାସୀ ଅଚଂଳର ନୁହେଁ ବରଂ ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି । ମାନବ ରୂପରେ ଦେବୀ ଆସିବା କଥାକୁ କେହି କେହି ବିଶ୍ୱାସ କରୁଥିବାବେଳେ କେହି କେହି ଅନ୍ଧବିଶ୍ୱାସ ବୋଲି ମନେକରୁଛନ୍ତି । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା, କନକ ନ୍ୟୁଜ କୌଣସି ପ୍ରକାର ଅନ୍ଧବିଶ୍ୱାସକୁ ବିଶ୍ୱାସ କରେ ନାହିଁ ।