କନକ ବ୍ୟୁରୋ: ସ୍ତ୍ରୀ ବନ୍ଧୁକରୁ ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳି ଚାଳନା କରିଥିଲା ବିନୟ ଆଚାର୍ଯ୍ୟ । ବିନୟଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ସ୍ପୋର୍ଟସ୍ ସୁଟର । ସେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିଲେ । ସେହି ବନ୍ଧୁକ ଆଣି ବିଜନ ଗୁଳି ଫୁଟାଇଥିଲା । ପୋଲିସ ଗୋଟିଏ ବନ୍ଧୁକ, ପାଂଚ ରାଉଣ୍ଡ ଗୁଳି ଓ ୮୧ଟି ଖାଲି ଖୋକା ଜବତ କରିଛି ।

Advertisment

ଏହା ସହ ବନ୍ଧୁକ ଲାଇସେନ୍ସ ବାତିଲ କରିବା ପାଇଁ ପୋଲିସ ଆବେଦନ କରିବ । ସେପଟେ ବିନୟ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ । ଗତକାଲି ସିଆରପି ଛକ ୟୁନି-୮କୁ ଯିବା ରାସ୍ତାରେ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ସୂଚନା ଅନୁସାରେ କୌଣସି କଥାକୁ ନେଇ କଂଗ୍ରେସ ଛାତ୍ର ନେତା ବିଭୁ ପ୍ରସାଦ ଜେନା ଓରଫ ବାବୁଙ୍କ ସହ ବଚସା ହୋଇଥିଲା । ଏଥିରେ ରାଗିଯାଇ ବିନୟ ବନ୍ଧୁକ ବାହାର କରି ବିଭୁ ପ୍ରସାଦଙ୍କ ଉପରକୁ ଲାଗ ଲାଗ ଦୁଇ ରାଉଣ୍ଡ ଗୁଳି ମାଡ କରିଥିଲେ । ହେଲେ ସୌଭାଗ୍ୟକୁ ଗୁଳି ମାଡରୁ ଅଳ୍ପକେ ବର୍ତି ଯାଇଥିଲେ ବିଭୁ ପ୍ରସାଦ ଜେନା । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଓ ନୟାପଲ୍ଲୀ ଥାନା ପୁଲିସ  ପହଂଚି ତଦନ୍ତ କରିଥିଲେ ।