କନକ ବ୍ୟୁରୋ : ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ ।
ତାରା କହିଛନ୍ତି ଯେ, ଅନେକ ପ୍ରସଙ୍ଗ ଥିଲା, ବିରୋଧୀ ଦଳକୁ ବିଶ୍ୱାସ ନେଇନାହିଁ ସରକାର। କିଛି ଦିନ ବିଧାନସଭା ଚାଲିବା ଦରକାର। ଅନେକ ସମସ୍ୟାକୁ ଆଲୋଚନା ବାକି ଅଛି। ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିଧାନସଭାକୁ ଚଲେଇବା ଦରକାର ବୋଲି ତାରା କହିଛନ୍ତି।
ଶେଷରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ୟ୍ୟ ହୋଇଥିଲା। ଟେଷ୍ଟ ମଧ୍ୟ କରାଯାଇଥିଲା। ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି ।
ଏହାସହ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି । ବିଧାନସଭାରେ ହୋହଲ୍ଲା ମଧ୍ୟରେ ପାରିତ ହେଲା ଏହି ବିଲ। ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦକୁ ବିଧାନସଭାର ଅନୁମୋଦନ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/49-2.jpg)