ଆରମ୍ଭ ହେଲା ଶୀତ ଋତୁ, ବଢିଲାଣି କରୋନା ସଂକ୍ରମଣ ଭୟ। ଏକ୍ସବିବି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ।

98

କନକ ବ୍ୟୁରୋ: ପାର୍ବଣ ଓ ଶୀତ ଋତୁ ଭିତରେ ପୁଣି କ୍ରମଶଃ କାୟାବିସ୍ତାର କଲାଣି କରୋନା । ବିଭିନ୍ନ ରାଜ୍ୟରେ ଓମିକ୍ରନର ନୂଆ ଭୁତାଣୁ ମାଡିବା ଯୋଗୁଁ ଚିନ୍ତା ଭିତରେ ସାରା ଦେଶ । ବିଦେଶରେ ଓମିକ୍ରନର ଉପପ୍ରଜାତି ଏକ୍ସବିବି ତାଣ୍ଡବ ରଚିବା ପରେ ଏବେ ଦେଶରେ କ୍ରମଶଃ ବିସ୍ତାର କରୁଛି । ନୂଆ ଭୁତାଣୁରେ ସଂକ୍ରମିତ ସବୁଠୁ ଅଧିକ ତାମିଲନାଡୁରେ ଚିହ୍ନଟ ହେଉଛନ୍ତି । ମୋଟ ୯ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେବା ସହ ମୋ ୩୮୦ ରୋଗୀ ଚିହ୍ନଟ ହୋଇଛି ।

ଡରାଉଛି ଓମିକ୍ରନର ନୂଆ ଭୂତାଣୁ ‘ଏକ୍ସବିବି’

• ୯ରାଜ୍ୟରେ ଏକ୍ସିବିବି ଭୂତାଣୁରେ ସଂକ୍ରମିତ ଚିହ୍ନଟ

• ଦେଶରେ ୩୮୦ ରୋଗୀ ଚିହ୍ନଟ

• ତାମିଲନାଡୁରେ ସବୁଠୁ ଅଧିକ ବ୍ୟାପୁଛି

• ୩୮୦ରୁ ୧୭୫ ତାମିଲନାଡୁରେ ଚିହ୍ନଟ

• ୧୦୩ ମାମଲା ପଶ୍ଚିମବଙ୍ଗରୁ ଚିହ୍ନଟ

• ଏକ୍ସବିବି ସହ ଏକ୍ସବିବି-ୱାନ, ଟୁ ଓ ଥ୍ରୀର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛି 

• ତାମିଲନାଡୁ, ପଶ୍ଚିମବଙ୍ଗ, ଓଡିଶା, ମହାରାଷ୍ଟ୍ର, ଦିଲ୍ଲୀ, ପୁଡ୍ଡଚେରୀ, ଗୁଜରାଟ, ରାଜସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି 

‘ଏକ୍ସବିବି’ ଭାଇରସରେ ଆକ୍ରାନ୍ତଙ୍କ କଣ ରହିଛି ଲକ୍ଷଣ?

କାସ, ଗଳା ଖରାପ ହେବା, ବାନ୍ତି, ସାମାନ୍ୟ ଜ୍ୱର, ଶରୀରରେ ପୀଡ଼ା ଅନୁଭବ, କ୍ଲାନ ଲାଗିବା, ନାକରୁ ପାଣି ବୋହିବା  ଆଦି ଲକ୍ଷଣ ପ୍ରକାଶ ପାଉଛି ।  ଆକ୍ରାନ୍ତଙ୍କ ନିକଟରେ ଶ୍ୱାସକ୍ରିୟା ସମସ୍ୟା ପରିଲିକ୍ଷିତ ହୋଇନି । ଅଧିକାଂଶ ଲୋକ ଘରେ ରହି ଉଚିତ ଚିକିତ୍ସାରେ ଖୁବ ଶିଘ୍ର ସୁସ୍ଥ  ହେଉଛନ୍ତି । ତେବେ କମ ପ୍ରତିରୋଧଶକ୍ତିର ଲୋକମାନେ ଅଧିକ ଯତ୍ନବାନ ରହିବା ଆବଶ୍ୟକ ରହିଛି ।

କରୋନାର ଉତ୍ପତିସ୍ଥଳ ଚୀନରେ ପୁଣି ଥରେ ମୁଣ୍ଡ ଟେକିଛି କରୋନା ସମସ୍ୟା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିନପିଙ୍ଗ ସରକାର ସେଠାରେ ଜିରୋ କୋଭିଡ୍ ନୀତି ପୁର୍ନବାର ଲଗାଇଛନ୍ତି । ଯାହାକୁ ନେଇ ଅସ୍ତବ୍ୟସ୍ତ ଚୀନବାସୀ । ବିଭିନ୍ନ ସହରରେ ଲକଡାଉନ ଲାଗୁ ସହ କିଛି ସ୍ଥାନରେ ଆଶିଂକ ଲକଡାଉନ କଟକଣା ଆରମ୍ଭ ହୋଇଛି । ଆଇଫୋନର ସବୁଠୁ ବଡ ଉତ୍ପାଦନ ସ୍ଥଳର ଝୋଂଗଝୋଉ ସହରରେ ଓମିକ୍ରନ ବିସ୍ଫୋରଣ ହୋଇଛି । ସ୍ଥିତି ଏଭଳି କିଛି ହେଲାଣି କି ଏଠରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ଜିରୋ କୋଭିଡ ନୀତି ଭୟରେ ଲୁଚିକି କମ୍ପାନୀ  ଛାଡି ଚାଲିଯାଉଛନ୍ତି । କେବଳ ସେତିକି ନୁହେଁ ଶହ ଶହ କିଲୋମିଟ ଚାଲି ଚାଲି ଘରେ ପହଞ୍ଚୁଛନ୍ତି ।

ଏକ୍ସବିବି ଭ୍ୟାରିଆଣ୍ଟ ହେଉଛି ଓମିକ୍ରନର ଦୁଇଟି ଉପପ୍ରଜାତି ବିଏ ୨.୭୫ ଓ ବିଏ ୨.୧୦ର ମିଶ୍ରଣରେ ତିଆରି ନୂଆ ଉପପ୍ରଜାତି । ପୂର୍ବ ପ୍ରଜାତି ଅପେକ୍ଷା ଏହା ବେଶ ଅଧିକ ଘାତକ ବୋଲି କହିଛି ଏସିଆ ପ୍ୟାସିଫିକ ସୋସାଇଟି ଅଫ କ୍ଲିନିକାଲମାଇକ୍ରୋବାଇଲୋଜି ଆଣ୍ଡ ଇନଫେକ୍ସନ ।