କନକ ବ୍ୟୁରୋ : ରାଜ୍ୟରେ ଶୀତ ରୁତୁ ପ୍ରବେଶ କରିଛି । କୋରାପୁଟରେ ପହିଲି ଶୀତ ଅନୁଭୂତ ହୋଇଛି । ଜିଲ୍ଲାର ଲମତାପୁଟ, ଦସମନ୍ତପୁର, କୋରାପୁଟ, ନନ୍ଦପୁର ଅଂଚଳରେ ପ୍ରଥମ ଶୀତ ଅଳ୍ପ ଅଳ୍ପ ଅନୁଭୂତ ହୋଇଛି । ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ର ୧୩ ଦଶମିକ ୬ ଡିଗ୍ରୀକୁ ହ୍ରାସ ପାଇଥିବା ଦର୍ଶାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/10/Odisha-winters-social.jpg)