ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ନିଭାର : ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା

ଚେନ୍ନାଇରେ ଅନେକ ଅଂଚଳ ଜଳମଗ୍ନ, ବିମାନସେବା ବାତିଲ; ତାମିଲନାଡ଼ୁରେ ୧୬ଟି ଜିଲ୍ଲାରେ ଛୁଟି ଘୋଷଣା

257

କନକ ବ୍ୟୁରୋ : ବାତ୍ୟା ନିଭାର ମଧ୍ୟରାତି ପରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଗୁଜୁରାଟ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ପରେ କ୍ରମେ ଦୁର୍ବଳ ହେଉଛି ବାତ୍ୟା ନିଭାର । ଏ ହେଉଛି ବାତ୍ୟା ଚାଲିଯିବା ପରର ଦୃଶ୍ୟ । ରାସ୍ତାରେ ଗଛ ଭାଙ୍ଗିପଡିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଭର୍ତି ହୋଇଛି । ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିପକାଇଛି ବାତ୍ୟା ନିଭାର । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଏହା ଏତେ ବିପଦଜ୍ଜନ ନୁହେଁ, କେବଳ ପ୍ରବଳ ପବନ ସହ ବର୍ଷା ଜାରି ରହିଛି ।

ଗତକାଲିଠୁ ପୁଡୁଚେରୀ ଏବଂ ତାମିଲନାଡୁ କରାଇକାଲ, ନାଗାପଟ୍ଟନମ୍ ଏବଂ ଚେନ୍ନାଇରେ ଲଗାତାର ବର୍ଷା ହେଉଛି । ପୁଡୁଚେରୀରେ ଘଂଟାପ୍ରତି ଶହେ ରୁ ୧୧୦ କିଲୋମିଟର ବେଗର ପବନ ବହିବା ସହ ଭୀଷଣ ବର୍ଷା ହେଉଛି । ବର୍ଷା କାରଣରୁ ଅନେକ ଅଂଚଳ ଏବେ ଜଳବନ୍ଦୀ ଅବସ୍ଥାରେ । ଚେନ୍ନାଇ ବିମାନବନ୍ଦରରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଅପରେସନ ବନ୍ଦ ରଖାଯାଇଛି । ସେହିପରି ଚେନ୍ନାଇରେ ମେଟ୍ରୋ ସେବାକୁ ମଧ୍ୟ ବାତିଲ କରାଯାଇଛି । ତାମିଲନାଡୁର ୧୬ଟି ଜିଲ୍ଲାକୁ ଛୁଟି ଘୋଷଣା କରାଯାଇଛି ।