କନକ ବ୍ୟୁରୋ: ନାକେଦମ୍ କଲାଣି ଜଙ୍ଗଲୀ ହାତୀ । ନବରଙ୍ଗପୁର ଭରୁଆମୁଣ୍ଡା ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । କଳାହାଣ୍ଡି ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ କରୁଛି ବନ ବିଭାଗ । ଘଟଣାସ୍ଥଳରେ ଝରିଗାଁ ଡେପୁଟି ରେଞ୍ଜର, ଫରେଷ୍ଟର, ମଇଦଳପୁର ବନ ବିଭାଗ ଅଧିକାରୀ, ଡାବୁଗାଁ ରେଞ୍ଜର ଓ ୱାଇଲ୍ଡ ଲାଇଫ୍ର ସମସ୍ତ ଟିମ୍ ଜଙ୍ଗଲୀ ହାତୀ ଉପରେ ନଜର ରଖିଛନ୍ତି । ଗାଁ ଭିତରକୁ ଯେପରି ହାତୀ ପ୍ରବେଶ ନକରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଲୋକଙ୍କୁ ମଧ୍ୟ ଜଙ୍ଗଲ ଭିତରକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି । ଝରିଗାଁ ଅଂଚଳରେ ଜଙ୍ଗଲୀ ହାତୀ ରହିଥିବାରୁ ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Advertisment

ଅନ୍ୟପଟେ କେନ୍ଦୁଝର ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ କୂଅରେ ଖସିପଡିଲା ହାତୀ । ୧୦ ଟିକିଆ ହାତୀପଲ ଜଙ୍ଗଲରେ ବୁଲୁଥିବା ବେଳେ ଗୋଟିଏ ହାତୀ ପରିତ୍ୟକ୍ତ କୂଅରେ ଖସିପଡଥିଲା । ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିି ଜେସିବି ସାହାଜ୍ୟରେ ହାତୀକୁ ଉଦ୍ଧାର କରିଛନ୍ତି । ପ୍ରାୟ ଏକ ଘଣ୍ଟା ଉଦ୍ୟମ ପରେ ହାତୀକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବନ କର୍ମଚାରୀ । ଉଦ୍ଧାର ପରେ ହାତୀଟି ଜଙ୍ଗଲରେ ଥିବା ହାତୀପଲ ସହ ଜଙ୍ଗଲକୁ ଚାଲିଯାଇଛି ।