କନକ ବ୍ୟୁରୋ : ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହେଲେ ଓଲିଉଡ ଅଭିନେତା ଅମ୍ଲାନ ଦାସଙ୍କ ସ୍ତ୍ରୀ । ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲା ପୋଲିସ । ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କ ଆଣିବାକୁ ଗଲେ ଅଭିନେତା ଅମ୍ଲାନ । ସିଡିଏ ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଥିଲେ ଅମ୍ଲାନଙ୍କ ସ୍ତ୍ରୀ ।

Advertisment

କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମ୍ଲାନଙ୍କ ସ୍ତ୍ରୀ । ମହିଳା ଜଣଙ୍କ ପାଣିକୁ ଡେଇଁବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ ।

ସପଟେ ପତ୍ନୀଙ୍କୁ ଆଣିବା ପାଇଁ ଥାନାରେ ପହଞ୍ଚିଛନ୍ତି ଅମ୍ଲାନ । ତାଙ୍କ ପତ୍ନୀ ଏବେ ସୁସ୍ଥ ଅଛନ୍ତି । ଦୁଇ ଜଣ ଏହି ଘଟଣା ବିଷୟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ଅମ୍ଲାନ ।