ସରକାରୀ ଯୋଜନା ପ୍ରହସନ । ସଧବା ନେଉଛନ୍ତି ବିଧବାଙ୍କ ଭତ୍ତା ଟଙ୍କା

97

କନକ ବ୍ୟୁରୋ: ଯୋଜନା ପାଲଟିଛି ପ୍ରହସନ । ଗରିବ,ବୃଦ୍ଧ ଓ ବିଧବାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଛି ସହାୟତା । ହେଲେ ସଠିକ୍ ଜାଗାରେ ସଠିକ୍ ଲୋକ କିନ୍ତୁ ବଞ୍ଚିତ ହେଉଛନ୍ତି ଏହି ସବୁ ସୁବିଧା ପାଇବାରେ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅଞ୍ଚଳରେ । ଆଳିର ମାଣିଆ ପଞ୍ଚାୟତରେ ବିଧବା ଭତ୍ତା ମିଳୁଛି ସଧବା ମାନଙ୍କୁ । ଜଣେ କି ଦୁଇ ଜଣ ନୁହେଁ ଏହି ଅଞ୍ଚଳରେ ୧୭ଜଣ ମହିଳାଙ୍କୁ ପ୍ରତି ମାସରେ ମିଳୁଛି ବିଧବା ଭତ୍ତା ।

ସବୁଠୁ ବଡ଼ କଥା ହେଲା ଏହି ପଂଚାୟତରେ ଖୋଦ୍ ସରପଞ୍ଚଙ୍କ ସମ୍ପର୍କୀୟ ମହିଳା ମାନେ ବି ସାମିଲ ଅଛନ୍ତି । ତେବେ ସ୍ୱାମୀ ଜୀବିତ ଥାଇ କିଭଳି ଏହି ମହିଳା ମାନଙ୍କୁ ବିଧବା ଭତ୍ତା ମିଳୁଛି ତାକୁୁ ନେଇ ଉଠୁଛି ପ୍ରଶ୍ନ? ତା ସହିତ ଭତ୍ତା ପାଇଁ ସ୍ୱାମୀଙ୍କର ମୃତ୍ୟୁ ପ୍ରମାଣ ପତ୍ର ଦେଇ ଆବଦେନ କରିବାକୁ ହୁଏ । ହେଲେ ଏମାନଙ୍କ ସ୍ୱାମୀ ଥାଇ କିଭଳି ମୃତ୍ୟୁ ସାର୍ଟିଫିକେଟ ମିଳଲା ? କିଭଳି ଓ କାହା ସହାୟତାରେ ଏମାନଙ୍କୁ ଭତ୍ତା ଦିଆଯାଉଛି ? ଏସବୁ ନେଇ ଉଠିଛି ପ୍ରଶ୍ନ । ଯେଉଁଠି ଅସହାୟ ବିଧବା ମହିଳାଟିଏ ଏସବୁରୁ ବଞ୍ଚିତ ହେଉଛି ସେଠି ସବୁ ଥାଇ ବି ସ୍ୱଚ୍ଛଳ ଅବସ୍ଥା ଥିବା ଲୋକ ହାତେଇ ନେଉଛନ୍ତି ସମସ୍ତ ସୁବିଧା । ଯାହାର ଦୃଢ ତଦନ୍ତ ଦାବି ହୋଇଛି ।