ଚୀନକୁ ନେଇ ସାରା ବିଶ୍ୱ ଚିନ୍ତିତ : କେତେବେଳେ ଭାରତ ତ କେତେବେଳେ ଆମେରିକା କ୍ରୋଧର ଶିକାର ହେଲା ଚୀନ : ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ବିଶ୍ୱରେ ବଢାଉଛି ଆତଙ୍କବାଦ 

11,410
କନକ ବ୍ୟୁରୋ : ଦିନକୁ ଦିନ ଚୀନର ବିସ୍ତାରବାଦୀ ନୀତିରେ ବ୍ୟତିବ୍ୟସ୍ଥ ସାରା ବିଶ୍ୱ ।  ଲଦାଖ ସୀମାକୁ ନେଇ ଭାରତ ସହ ସଂପର୍କ ତିକ୍ତ ହୋଇଛି । ଏହା ସହ ପଡୋଶୀ ରାଷ୍ଟ୍ର ଆମେରିକାର କିଛି ଅଂଶକୁ ଚୀନ ନିଜର କହୁଥିବା ବେଳେ ପାକିସ୍ତାନକୁ ଅର୍ଥ ଓ ଅସ୍ତ୍ର ବଳ ସହଯୋଗ କରି ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରୁଛି । ଏଭଳି ସ୍ଥିତରେ ଭାରତ-ଚୀନ ଯୁଦ୍ଧ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ଚୀନର ଏଭଳି ନୀତି ବିରୋଧରେ ଆମେରିକା ଶେଷ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି । ଆମେରିକା କଂଗ୍ରେସର ଏକ ରିପୋଞ୍ଚର୍ଟରେ କୁହାଯାଇଛି ଯେ ଚୀନ ସୀମାରେ ସାମରିକ ନିୟୋଜନ ବୃଦ୍ଧି କରିବାରେ ଲାଗିଛି ।
ଏହା ସହ ଦେଶର ସାର୍ବଭୌମତକୁ ଉଲଙ୍ଘନ କରୁଛି । ଏହି ରିପୋର୍ଟ କହିଛି କି ଜାତୀୟ ସୁରକ୍ଷା,ମାନବିକ ଅଧିକାର ଉଲଙ୍ଘନ, ଯୋଗାଣ ଶୃଙ୍ଖଳା,କରୋନା ମହାମାରୀର ମୁକାବିଲାରେ ତ୍ରୁଟି ଓ ଚୀନର ବର୍ଦ୍ଧିତ ପ୍ରଭାବ ହ୍ରାସ ପାଇଁ ଏଥିରେ ୪ ଶହରୁ ଅଧିକ ସୁପାରିଶ କରାଯାଇଛି । ଅନ୍ୟପଟେ ଚୀନ ଭାରତ ସୀମାରେ ଜମି ଅକ୍ତିଆର ପାଇଁ ଘାତକ ସଂଘର୍ଷରେ ଜଡିତ ଅଛି ।
୫ଜି ମୋବାଇଲ ଯୋଗା ଯୋଗ ଓ ଯୋଗାଣ ସୃଙ୍ଖଳାରେ ବି ସମସ୍ୟା ସୃଷ୍ଟି କରୁଛି । ତେଣୁ ଶାସକ କମ୍ୟୁନିଷ୍ଟ ପାର୍ଟି  ଅଫ୍ ଚାଇନା ବା (ସିପିସି) ର ଏଭଳି ଏକଛତ୍ରବାଦ ନୀତିକୁ ପ୍ରତିହତ କରିବାକୁ ଆମେରିକୀୟ ସରକାର ଏକ ଆକ୍ରମଣାତ୍ମକ ସୂଚନା ଅଭିଯାନ ଆରମ୍ଭ କରିବାକୁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ।