ଆଲୋକର ପର୍ବ ଦୀପାବଳିକୁ ନେଇ ଉତ୍ସବ ମୁଖର ସାରା ଦେଶ : ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

195

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ବିଜୟ ହାସଲର ପର୍ବ ଦୀପାବଳି । ଦେଶବ୍ୟାପୀ ଦୀପାବଳିକୁ ନେଇ ଆଜି ସାରା ଦେଶରେ ଉତ୍ସବର ପରିବେଶ । ଦୀପାବଳିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଦେଶୀବାସୀଙ୍କ ସୁଖ ଓ ସଂବୃଦ୍ଧି କାମନା କରିଛନ୍ତି ମୋଦି । ସେହିପରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହେରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ଅବସରରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ ବୀର ଯବାନଙ୍କୁ ମନେ ପକାଇବାକୁ କହିଛନ୍ତି। ସୀମାରେ ରହି ଭାରତମାତାର ସେବା ଓ ସୁରକ୍ଷା କରୁଥିବା ଯବାନମାନଙ୍କୁ ସ୍ମରଣ କରିବାକୁ ଦେଶବାସୀଙ୍କୁ କହିଛନ୍ତି ମୋଦୀ । ଭାରତ ମାଆର ଏହି ବୀର ସନ୍ତାନଙ୍କ ସମ୍ମାନରେ ଘରେ ଏକ ଦୀପ ଜଳାଇବା ଉଚିତ ବୋଲି ମୋଦୀ କହିଛନ୍ତି । ସେ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଯଦିଓ ଆପଣମାନେ ସୀମାରେ ଅଛନ୍ତି ମାତ୍ର ପୂରା ଦେଶ ଆପଣଙ୍କ ସାଥିରେ, ଆପଣଙ୍କ ପାଇଁ ଶୁଭକାମନା କରୁଛି । ସେ ଆହୁରି ବି କହିଛନ୍ତି କି ଯାହାଙ୍କ ପିଲାମାନେ ଆଜି ସୀମାରେ କର୍ତ୍ତବ୍ୟ କରୁଛନ୍ତି ସେମାନଙ୍କ ତ୍ୟାଗକୁ ମୋର ନମସ୍କାର । ଦେଶର ଯେଉଁ ବି ବ୍ୟକ୍ତି କିଛି ନା କିଛି ଦେଶ ସହ ଜଡ଼ିତ କାମ ପାଇଁ ନିଜ ଘରେ ନାହାନ୍ତି, ନିଜ ପରିବାର ସହ ଯୋଡ଼ି ହୋଇ ରହିନାହାନ୍ତି ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ମୋଦୀ ।