କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁକୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାକୁ ‘ଓମିକ୍ରନ୍’ ନାମିତ କରିବା ସହ ‘ଭାରିଆଂଟ ଅଫ୍ କନ୍ସର୍ଣ୍ଣ’ ବୋଲି ଦର୍ଶାଇଛି ଡବ୍ଲୁଏଚଓ । ଏପଟେ କରୋନାର ଏହି ନୂଆ ପ୍ରଜାତି ୟୁରୋପକୁ ବ୍ୟାପିଛି । ବେଲ୍ଜିୟମ୍ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୟୁରୋପୀୟ ରାଷ୍ଟ୍ରକୁ ବ୍ୟାପିବାର ଆଶଂକା ଦେଖାଦେଇଛି ।
କରୋନାର ନୂଆ ଭାରିଆଂଟ ଓମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ ।
ନୂଆ ଭାରିଆଂଟ ବିପଦ ସୃଷ୍ଟି କରିଥିବା ଦେଶରୁ ଯାତ୍ରୀ ଆସିଲେ କୋଭିଡ ଟେଷ୍ଟ ହେବ
ରିପୋର୍ଟ ପଜିଟିଭ୍ ଆସିଲେ, ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ
ଯେଉଁମାନେ ବିଦେଶରୁ ଫେରିବେ ସେମାନ ୧୦ ଦିନ ସଙ୍ଗରୋଧରେ ରହିବେ
ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ
ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
ସ୍କୁଲ, କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ
ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ ପରାମର୍ଶ
ଅନ୍ୟପଟେ ନୂଆ ଭାଂରିଆଟ୍ ଓମିକ୍ରନ ଚିନ୍ତା ଭିତରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ତକ ରହିବା ସହ ଜିଲ୍ଲା ସ୍ତରରେ ସଚେତନତା ସୁନିଶ୍ଚିତ କରିବାକୁ ସେ ରାଜ୍ୟମାନଙ୍କୁ କହିଛନ୍ତି । ଏହାସହ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ସହ ଟିକାକରଣ ଓ ପରୀକ୍ଷଣ ବଢ଼ାଇବା, ସନ୍ଦିଗ୍ଧ ରୋଗୀଙ୍କୁ ଠାବ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/30-29.jpg)