କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନକୁ ନେଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ କୃଷକଙ୍କ ସମର୍ଥନରେ ଖାଲିସ୍ତାନ ସମର୍ଥକ କରିଥିବା ବିରୋଧ ପ୍ରଦର୍ଶନ ବେଳେ ଗାନ୍ଧୀ ପ୍ରତିମୂର୍ତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଭାରତୀୟ ଦୂତାବାସ ସମ୍ମୁଖରେ ଗାନ୍ଧୀ ପ୍ରତିମୂର୍ତିର ଅସମ୍ମାନ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ହ୍ୱାଇଟ ହାଉସ ଏହି ଘଟଣାକୁ ଭୟାବହ ଓ ଦୁଃଖଦ ବୋଲି କହିଛି । ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ପାଇଁ ଲଢେଇ କରୁଥିଲେ ଆମେରିକା ସେହି ଆଦର୍ଶର ପ୍ରତିନିଧିତ୍ୱ କରେ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି । ବିଗତ ୬ମାସ ଭିତରେ ଆମେରିକାରେ ଏଭଳି ଦୁଇଟି ଘଟଣା ଘଟିସାରିଛି ।
ହ୍ୱାଇଟ ହାଉସ ମିଡିଆ ସଚିବ କାୟଲେ ମ୍ୟାକନ ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି ଏହା କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଅସମ୍ମାନ କରିବା ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ହ୍ୱାଇଟ ହାଉସ ମିଡିଆ ସଚିବ କହିଛନ୍ତି ।
କୃଷି ଆଇନକୁ ବିରୋଧ କରାଯାଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଗାନ୍ଧୀ ପ୍ରତିମୂର୍ତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦରେ ଖାଲିସ୍ତାନ ପତାକା ବି ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ଆପତି ଉଠାଇଥିଲା ଭାରତ । ଏବଂ ଘଟଣାର ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/560X292_1591378631.jpg)