ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା : ଆଜି ହେବ ଡାକ୍ତରୀମାଇନା ଓ ବୟାନ ରେକର୍ଡ; ଥାନାରେ ଲଭ୍-ଜିହାଦର ଅଭିଯୋଗ ଆଣିଥିଲେ ପରିବାର ଲୋକ

ଅଭିଯୁକ୍ତ ଯୁବକ ବି ଗିରଫ

1,091

କନକ ବ୍ୟୁରୋ : ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ ଡ଼ାକ୍ତରୀ ମଇନା କରାଯିବ । ଜିଲ୍ଲା ପୋଲିସ ପକ୍ଷରୁ ଜଣେ ମହିଳା ପୋଲିସ ଇନସିପେକ୍ଟର ଏହି ମାମଲାର ତଦନ୍ତ କରିବେ । ଯୁବକ ଜଣଙ୍କ ଏବେ ପୋଲିସ ହେପାଜତରେ ଅଛନ୍ତି ।

ତେବେ ଯୁବତୀଙ୍କ ବୟାନ ରେକର୍ଡ଼ ପରେ ସ୍ପଷ୍ଟ ଘଟଣା ସାମ୍ନାକୁ ଆସିବ । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଥିଲେ ଯୁବତୀ । ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତନ ଓ ବିବାହ କରିବା ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ହୋଇଥିଲା । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ କରିବା ସହ ଭଲ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଥିଲେ ଅପହୃତ ଯୁବତୀଙ୍କ ପରିବାର ଲୋକ । କୌଶଳ କ୍ରମେ ଘର ଲୋକଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ ନିବେଦନ କରିଥିଲେ ଅପହୃତ ଯୁବତୀ ।

ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତା ମିଳିନଥିଲା । ଶେଖ ଅବ୍ଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କୁ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ । ଯାଜପୁର ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।