କନକ ବ୍ୟୁରୋ: ଆଜି ପବିତ୍ର ଭଉଁରୀ । ପରମ୍ପରା ଅନୁସାରେ ଭଉଁରୀରେ ତିନି ରଥର ଚକଡେରା ଅନୁକୂଳ ହେବ । ଏନେଇ ତିନି ରଥର ନାହାକା ଚକ ଓ ଅଖ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ଅନ୍ୟାନ୍ୟ ନିର୍ମାଣ କାମ ମଧ୍ୟ ଜାରି ରହିଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ଶେଷ ହୋଇଛି । ତାଳଧ୍ୱଜ ରଥର ୭ଟ. ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି । ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ ଶେଷ ହୋଇଛି ।
ଅନ୍ୟପଟେ ରଥଯାତ୍ରା ପୂର୍ବରୁ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ଦଉଡି ଆସି ଶ୍ରୀକ୍ଷେତ୍ରରେ ପହଂଚିଛି । ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡି ଆସି ବଡ଼ଦାଣ୍ଡରେ ପହଂଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ତିନି ରଥର ୪ଟି ଲେଖାଏଁ ମୋଟ୍ ୧୨ ଖଣ୍ଡ ଦଉଡି ଆସି ପହଂଚିଥିବା ବେଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି ।