ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କଲେ ପଶ୍ଚିମବଙ୍ଗ ସରକାର । ପୂଜା ମଣ୍ଡପ ଚାରି ପଟୁ ଖୋଲା ରହିବାକୁ ନିର୍ଦ୍ଦେଶ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ

371

କନକ ବ୍ୟୁରୋ : କରୋନା କଟକଣା ଭିତରେ କେମିତି ହେବ ଦୁର୍ଗାପୂଜା । ପଶ୍ଚିମ ବଙ୍ଗର ପ୍ରମୁଖ ଉତ୍ସବ ଭାବେ ଜଣାଶୁଣା ଶାରଦୀୟ ଦୁର୍ଗାପୂଜା । କିନ୍ତୁ ଏଭଳି ସ୍ଥିତିରେ ପୂଜାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଦୁର୍ଗା ପୂଜା ସମୟରେ ପୂଜା ମଣ୍ଡପ ଚାରି ପଟୁ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର୍ ରଖାଯିବ ।

ଏହା ସହ ପରସ୍ପର ମଧ୍ୟରେ ଦୂରତାକୁ ମଧ୍ୟ ସୁନିଶ୍ଚିତ କରାଯିବ । ପୂଜା ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ । ଏହା ସହ ଏକ ବଡ ନିଷ୍ପତି ନେଇଛନ୍ତି ମମତା । ପ୍ରତି ପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ପ୍ରଦାନ କରାଯିବ । ଅନ୍ୟପଟେ ରାଜ୍ୟର ୮୦ ହଜାର ହକରଙ୍କୁ ୨ ହଜାର ଟଙ୍କାର ପୂଜା ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।