କଟକ, ଭୁବନେଶ୍ୱର, ପୁରୀ ପାଇଁ ସ୍ୱତନ୍ତ୍ର ନିୟମ । ଏହି ୩ ସହରରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ଜାଣନ୍ତୁ ଲାଗୁ ହେଲା ଆଉ କେଉଁ ନିୟମ?

Advertisment
କଟକ, ଭୁବନେଶ୍ୱର, ପୁରୀ ପାଇଁ ସ୍ୱତନ୍ତ୍ର ନିୟମ । ଏହି ୩ ସହରରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ଜାଣନ୍ତୁ ଲାଗୁ ହେଲା ଆଉ କେଉଁ ନିୟମ?

କନକ ବ୍ୟୁରୋ: ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ । ଏହି ଗାଇଡଲାଇନରେ କଟକଣାକୁ କୋହଳ କରାଯାଇଛି । ଏହାସହ କଟକ, ଭୁବନେଶ୍ୱର ଓ ପୁରୀ ସହର ପାଇଁ ସ୍ୱତନ୍ତ୍ର ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ୩ ସହରରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ସେହିପରି ସାରା ରାଜ୍ୟରେ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।

ଏହାସହ ଏହି ଜିଲ୍ଲାରେ ମଲ୍, ହଲ୍, ଢାବା ଓ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କ ଲୋକ ଟିକା ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସପ୍ତାହନ୍ତ ସଟଡାଉନ ବେଳେ ଏହି ଜିଲ୍ଲାରେ ସବୁ ମଲ, ହଲ ମଧ୍ୟ ବନ୍ଦ ରହିବ । ସପ୍ତାହନ୍ତ ସଟଡାଉନ ବେଳେ ସବୁ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।

ଏହି ୩ ସହରରେ କୋଭିଡ ସଂକ୍ରମଣ ଅଧିକ ଥିବାରୁ ଏହାକୁ ସରକାର ନଜରରେ ରଖିଛନ୍ତି । ତେଣୁ ଏହି ୩ ଜିଲ୍ଲାରେ ସାମାନ୍ୟ କଟକଣା ରହିଛି । ତେବେ ଏହି ଗାଇଡଲାଇନରେ ଅଧିକ କୋହଳ ହୋଇଥିବା ବେଳେ ସାମାନ୍ୟ କଟକଣା ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe