କନକ ବ୍ୟୁରୋ: ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ । ଏହି ଗାଇଡଲାଇନରେ କଟକଣାକୁ କୋହଳ କରାଯାଇଛି । ଏହାସହ କଟକ, ଭୁବନେଶ୍ୱର ଓ ପୁରୀ ସହର ପାଇଁ ସ୍ୱତନ୍ତ୍ର ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ୩ ସହରରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ସେହିପରି ସାରା ରାଜ୍ୟରେ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।
ଏହାସହ ଏହି ଜିଲ୍ଲାରେ ମଲ୍, ହଲ୍, ଢାବା ଓ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କ ଲୋକ ଟିକା ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସପ୍ତାହନ୍ତ ସଟଡାଉନ ବେଳେ ଏହି ଜିଲ୍ଲାରେ ସବୁ ମଲ, ହଲ ମଧ୍ୟ ବନ୍ଦ ରହିବ । ସପ୍ତାହନ୍ତ ସଟଡାଉନ ବେଳେ ସବୁ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।
ଏହି ୩ ସହରରେ କୋଭିଡ ସଂକ୍ରମଣ ଅଧିକ ଥିବାରୁ ଏହାକୁ ସରକାର ନଜରରେ ରଖିଛନ୍ତି । ତେଣୁ ଏହି ୩ ଜିଲ୍ଲାରେ ସାମାନ୍ୟ କଟକଣା ରହିଛି । ତେବେ ଏହି ଗାଇଡଲାଇନରେ ଅଧିକ କୋହଳ ହୋଇଥିବା ବେଳେ ସାମାନ୍ୟ କଟକଣା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/07/9-34.jpg)