ଅପରାହ୍ଣରେ ବଦଳିଯାଉଛି ପାଗ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଝଡ

ଅପରାହ୍ଣରେ ବଦଳିଯାଉଛି ପାଗ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଝଡ

କନକ ବ୍ୟୁରୋ: କାଳବୈଶାଖୀର କରାଳ ରୂପ । ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ବାଲେଶ୍ୱର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ବାତ୍ୟା ଭଳି ରୂପ ନେଇଛି କାଳବୈଶାଖୀ । ପ୍ରବଳ ଧୂଳି ଝଡ, ପବନ ବହିବା ସହ ଘଡଘଡି ମଧ୍ୟ ମାରୁଛି । ଏଭଳି ଭୟଙ୍କର ରୂପ ବାତ୍ୟା ଭଳି ଅନୁଭବ ହେଉଛି । ଅଳ୍ପ କିଛି ସମୟର ଝଡରେ ଭାଙ୍ଗି ପଡୁଛି ବଡବଡ ଗଛ । ଆଜି ଅପରାହ୍ଣରେ ରାଜଧାନୀ ସମେତ କେନ୍ଦ୍ରାପଡାର ରାଜନଗର ଓ ବାଲେଶ୍ୱରର ନୀଳଗିରିରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe