କନକବ୍ୟୁରୋ: ବଦଳିଲା ଭୁବନେଶ୍ୱରର ପାଗ । ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ୪୩ ଦଶମିକ ୨ଡିଗ୍ରୀ ତାପମାତ୍ରା ପରେ କାଳବୈଶାଖୀ ବର୍ଷା । କାଳବୈଶାଖୀ ଆଣିବ ସାମାନ୍ୟ ଆଶ୍ୱସ୍ତି ।
ଏହାସହ ଆଗାମୀ ୩ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ନେଇ ସତର୍କତା । ରାୟଗଡ଼ା, ଗଂଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ଼ ଓ ନୟାଗଡକୁ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ ।
ଗ୍ରୀଷ୍ମ ଲହରୀ ପରେ ବର୍ତମାନ ରାଜଧାନୀର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଦିନରେ ପ୍ରବଳ ଗରମ ଗୁଳୁଗୁଳି ପରେ ଅପରାହ୍ନରେ କାଳବୈଶାଖି ବର୍ଷା ଆଣିଦେଇଛି ସାମାନ୍ୟ ଆଶ୍ୱସ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/34-9.jpg)