କନକ ବ୍ୟୁରୋ : ବିଶ୍ୱ ଟି-୨୦ ମୁକାବିଲା ସ୍ଥଗିତ ହେବା ପରେ ଲୋକପ୍ରିୟ ଆଇପିଏଲ ଆୟୋଜନ ହେବା ନେଇ ଆଶା ବଢିଥିଲା । କିନ୍ତୁ କେବେ ଏହା ଆୟୋଜିତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁ ନଥିବା ବେଳେ କ୍ରିକେଟ ପ୍ରଶଂସକ ପାଇଁ ଆସିଛି ଖୁସି ଖବର । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବା ନେଇ ସୂଚନା ମିଳିଛି ।
ଏହା ସହ ଆଇପିଏଲର ଫାଇନାଲ ନଭେମ୍ବର ୮ ତାରିଖରେ ଖେଳାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ ପ୍ରକାଶ କରିଛି ପିଟିଆଇ । ତେବେ ଆସନ୍ତା ସପ୍ତାହରେ ଆଇପିଏଲ ପରିଚାଳନା କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତି ହେବ ବୋଲି ସୂଚନା ମିଳିଛି । ପୂର୍ବରୁ କରୋନା ସମୟରେ ଦୁବାଇରେ ଆଇପିଏଲ ଆୟୋଜନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଛି ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/2-28.jpg)