ବିଭିନ୍ନ ସ୍ଥାନରୁ ଆସିଲା ଜଳସଙ୍କଟ ଚିତ୍ର: ଘର ମୁହଁରେ ପଡିଛି ପାଣି ପାଇପ୍, ଅଚଳ ପଡିଛି ନଳକୂଅ

99

କନକ ବ୍ୟୁରୋ: ଘର ମୁହଁରେ ପାଣି ପାଇପ୍ । ହେଲେ ବାହରୁନି ପାଣି । ପାଣି ଯୋଗାଇବାକୁ ଗାଁରେ ରହିଛି ନଳକୂଅ । ହେଲେ ସେଥିରୁ ବାହାରୁନି ପାଣି । ନାଳରୁ ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଏହି ଖବର କୌଣସି ଦୁର୍ଗମ ଅଂଚଳର ନୁହେଁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଜାମୁନାଳି ଗାଁର । ଏଠାରେ ଥିବା ହରିଜନ ସାହିରୁ ନେଇ ବାନା ସାହିରେ ଲୋକଙ୍କ ପିିଇବା ପାଣି ଯୋଗୁ ବହୁ ଅସୁବିଧା ଭୋଗୁଛନ୍ତି । ଗୋଟିଏ ସାହିରେ ପ୍ରାୟ ୩୦ରୁ ୩୫ ପରିବାର ପାଣି ଟୋପାଏ ପାଇ ପାରୁନାହାନ୍ତି । ଗ୍ରୀଷ୍ମ ପ୍ରବାହ ଏବେ ବି ଜାରି ରହିଥିବା ବେଳେ ପାଣି ସଙ୍କଟ ବଢି ବଢି ଚାଲିଛି । ବସୁଧା ପ୍ରକଳ୍ପରେ ଘରେ ଘରେ ପାଣି ଯୋଗାଯିବାକୁ ଲାଗିଛି ଟ୍ୟାପ୍ । ହେଲେ ସେଥିରୁ ବାହାରୁନି ପାଣି । ଲୋକେ ବାଧ୍ୟ ହୋଇ ଗାଡିଆରୁ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗାଁଠୁ ଦୂରରେ ଥିବା ଗାଡିଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏହି ସମସ୍ୟା ନେଇ ବହୁବାରଜଣାଇଛନ୍ତି । ହେଲେ କୌଣସି ସମାଧାନ ହୋଇପାରୁନଥିବା ବେଳେ କେବଳ ପ୍ରତିଶ୍ରୁତିରେ ସରିଯାଉଛି କାମ । ସେପଟେ ସରଂପଚଙ୍କ କହିବା ଅନୁସାରେ ପାଣି ଆସୁଛି ହେଲେ ଲୋକେ ତାର ଅପବ୍ୟବହାର କରୁଛନ୍ତି । ଯାହାପାଇଁ ସଠିକ୍ ଭାବେ ପାଣି ଯୋଗାଇ ହେଉନି । ପାଣି ପାଇଁ ଲେ।।କମାନେ ଡହଳବିକଳ ହେଉଥିବା ବେଳେ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ପାଣି ସୁବିଧା କରିବା ଜରୁରୀ ହୋଇଛି ।