ଖଣି ଖାଦାନ ଆଉ ଶିଳ୍ପାଞ୍ଚଳ ଯୋଗୁ ଦୂଷିତ ହେଉଛି ନଦୀର ପାଣି । ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକ ।

ଖଣି ଖାଦାନ ଆଉ ଶିଳ୍ପାଞ୍ଚଳ ଯୋଗୁ ଦୂଷିତ ହେଉଛି ନଦୀର ପାଣି । ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକ ।

କନକ ବ୍ୟୁରୋ: ଖଣି ଖାଦାନ ଆଉ ଶିଳ୍ପାଞ୍ଚଳ ଯୋଗୁ ଦୂଷିତ ହେଉଛି ନଦୀର ପାଣି । ଦୈନଦିନ ଜୀବନରୁ ନେଇ ଚାଷ ବାସ ସବୁକିଛି ପାଇଁ ଲୋକମାନେ ନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ହେଲେ ନଦୀ ଜଳ ପ୍ରଦୂଷିତ ହେବାରୁ ଜନ ଜୀବନ ଅସହ୍ୟ ହୋଇପଡ଼ିଛି । କେନ୍ଦୁଝର ଯୋଡା ଅଞ୍ଚଳରେ ଥିବା କାରୋ ଆଉ ସୁନା ନଦୀରେ ଶିଳ୍ପ ସଂସ୍ଥାର ବର୍ଜ୍ୟବସ୍ତୁ ମିଶି ପାଣି ଦୂଷିତ ହେବାରେ ଲାଗିଛି । ଖାଲି ସେିତିକି ନୁହେଁ କେନ୍ଦୁଝରର ଲାଇଫ ଲାଇନ୍ କୁହାଯାଉଥିବା ବୈତରଣୀ ନଦୀ ମଧ୍ୟ ଧୀରେ ଧୀରେ ପ୍ରଦୂଷିତ ହେବାରେ ଲାଗିଛି । ବହୁବାର ଅଭିଯୋଗ ହୋଇଛି ଏହି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ । ହେଲେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ନଦୀ ଜଳ ବିଷାକ୍ତ ହେବା ସହିତ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକମାନେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe