କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା ମୋହନ ବ୍ଲକର ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯେଉଁଥିପାଇଁ ଲୋକଙ୍କୁ ନଦୀ ପାର ହେବାରେ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ିଛି । ବୁଧବାର ଅପରାହ୍ଣରେ ବର୍ଷା ପରେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଆଉ ନଦୀର ଅପରପାଶ୍ୱର୍ରେ ଫସି ରହିଥିବା ଲୋକେ ବିପଦସଂକୁଳ ଅବସ୍ଥାରେ ବାଇକ ସହ ନଦୀ ପାର ହେଉଥିବାର ଦୃଶ୍ୟ ସାମନାକୁ ଆସିଛି । ହରଭଙ୍ଗୀ ନଦୀ ଉପରେ ନିର୍ଭର କରନ୍ତି ଗରଡ଼ମା ପଂଚାୟତର ମାଥାକୁପା, ଲିମ୍ବାଡ଼, ନାକେଜୁ ଗାଁ । ଭଲ ରାସ୍ତା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଆଗରେ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ ।