କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ବନ୍ଦ ହେଲା ୪ଟି ଗେଟ୍

୨୪ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୪ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ

181

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରେ କମୁଛି ଜଳସ୍ତର । ବନ୍ଦ ହେଲା ୪ଟି ଗେଟ୍ । ଏବେ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୨୯ ଫୁଟ । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳି ଅଂଚଳ ଲୋକଙ୍କ ଚିନ୍ତା ବଢିଛି । ଭୟ ଭିତରେ ରହିଛନ୍ତି ପୁରୀ ଜିଲ୍ଲାର ତଳି ଅଂଚଳର ଲୋକେ । ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ, କୁଶଭଦ୍ରା, ଧନୁଆଁ, ଦେବୀ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷକରି ଗୋପରବିରତୁଙ୍ଗ, ଡଭାର, ମହଲପଡ଼ା ପଂଚାୟତରେ ପାଣି ପ୍ରବେଶ କରୁଥିବା ବେଳେ ଏହି ଅଂଚଳର ଅଧିକ ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଂକା କରାଯାଉଛି ।