ଓଡିଶା ଗସ୍ତରେ ବିଶ୍ୱେଶ୍ବର ଟୁଡୁ: କହିଲେ, ଖୁବ୍ ଶୀଘ୍ର ହେବ ଜଳ ବିବାଦର ସମାଧାନ

118

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ ବୋଲି କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ କହିଛନ୍ତି। ସେ ଆହୁରି କହିଛନ୍ତି, ଟ୍ରିବ୍ୟୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି। ଆଶା କରାଯାଉଛି, ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ନଦୀର ଜଳ ବିବାଦର ସମାଧାନ ହୋଇଯିବ। ଆଦିବାସୀ ବିଭାଗ ପାଇଁ ଅନେକ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି, ତାହାକୁ କାର୍ୟ୍ୟକାରୀ କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ବି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜନ ଆଶୀର୍ବାଦ ଯାତ୍ରା ଲାଗି ଆଜି ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବଶ୍ୱେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।