କନକ ବ୍ୟୁରୋ : ବିଚିତ୍ର ଆମ ଜେଲର ସୁରକ୍ଷା ବ୍ୟବସ୍ଥା । ଜେଲ ଭିତରେ କଏଦୀ ଶୋଇଛନ୍ତି । ଆଉ କିଛି ବାହାରେ ବି ବୁଲୁଛନ୍ତି । ଆଉ ଏ ସମସ୍ତଙ୍କୁ ଜଗିଛନ୍ତି ଜେଲର ୱାର୍ଡର । ଚେୟାର ପକାଇ ୱାର୍ଡର ନିଘୋଡ ନିଦରେ ଶୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ ଭାଇରାଲ ହେଉଛି । ଯାହା ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

Advertisment

ତେବେ ଜେଲ ଭିତରୁ କେମିତି ଏ ଫଟୋ ଆସିଲା ତାକୁ ନେଇ ମଧ୍ୟ ନାନା ଚର୍ଚ୍ଚା । କାରଣ ଜେଲ ଭିତରେ ମୋବାଇଲ ମନା । ଏହି ଜେଲରେ ମୋଟ୍ ୧୨୫ ଜଣ କଏଦୀ ରହିଛନ୍ତି । ଜଗିବା ପାଇଁ ମୋଟ୍ ୨ ଜଣ ୱାର୍ଡର ରହିଛନ୍ତି ।