କନକ ବ୍ୟୁରୋ: ବିରୋଧ ସତ୍ତ୍ବେ ଲୋକସଭାରେ ୱାକଅଫ୍ ସଂଶୋଧନ ବିଲ୍ ଆଗତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହରେ ବିଲ୍ ଆଗତ କରିବାକୁ ଅନୁମତି ମାଗିବା ପରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ଏହା ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ଆକ୍ରମଣ ବୋଲି ବିରୋଧୀ ଦଳମାନେ କହିଛନ୍ତି। କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି ଯେ ଏହି ବିଲ୍ ସମ୍ବିଧାନ ଉପରେ ଆକ୍ରମଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମନ୍ଦିର ବୋର୍ଡ ଗଠନ ହୋଇଥିଲା। ଜଣେ ଅଣହିନ୍ଦୁ ଏହାର ସଦସ୍ୟ ହୋଇପାରିବେ କି? ତା'ହେଲେ ଓ୍ଵାକଫ୍ କାଉନସିଲରେ ଅଣମୁସଲମାନ ସଦସ୍ୟଙ୍କ କଥା କାହିଁକି ହେଉଛି? ବେଣୁଗୋପାଳ ଦାବି କରିଛନ୍ତି ଯେ ଏହି ବିଲ୍ ଆସ୍ଥା ଏବଂ ଧର୍ମ ଅଧିକାର ଉପରେ ଆକ୍ରମଣ। ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଏହି ବିଲ୍ ଅଣାଯାଇଛି, କିନ୍ତୁ ଦେଶର ଜନତା ଆଉ ଏଭଳି ବିଭାଜନକାରୀ ରାଜନୀତିକୁ ପସନ୍ଦ କରୁନାହାନ୍ତି ବୋଲି କଂଗ୍ରେସ ସାଂସଦ ଅଭିଯୋଗ କରିଛନ୍ତି। ସେପଟେ ହାଇଦ୍ରାବାଦ ସାଂସଦ ମଧ୍ୟ ଏହା ନ୍ୟାୟିକ ସ୍ୱାଧୀନତା, କ୍ଷମତା ଦମନ ନୀତିର ଉଲ୍ଲଂଘନ କରୁଛି।
କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭୋଟ୍ ବ୍ୟାଙ୍କ କାରଣରୁ ବିରୋଧୀ ମାନେ ଏହି ବିଲକୁ ବିରୋଧ କରୁଛନ୍ତି। ଓ୍ଵାକଫର ଭିତ୍ତିଭୂମି ଠିକ୍ ନଥିଲା। ଏହାକୁ ସ୍ଥିର କରାଯାଇଛି। ଓ୍ଵାକଫ୍ ବୋର୍ଡ ମାଫିଆମାନଙ୍କ କବଜାରେ ରହିଛି। ଏହି ଦେଶର କୌଣସି ଆଇନ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ନାହିଁ। ଏହି ବିଲ୍ ରେ ଯାହା ବି ବ୍ୟବସ୍ଥା ରହିଛି, ଧାରା ୨୫ରୁ ୩୦ ପର୍ଯ୍ୟନ୍ତ କୌଣସି ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରାଯାଉନାହିଁ। ଏଥିରେ ସମ୍ବିଧାନର କୌଣସି ଧାରାର ଉଲ୍ଲଂଘନ କରାଯାଇନାହିଁ। ସେହିପରି ଜନତା ଦଳ (ୟୁନାଇଟେଡ୍) ଏହି ବିଲ୍ ଉପରେ ସରକାରଙ୍କୁ ସମର୍ଥନ କରିଛି। ଜେଡିୟୁ ସରକାରରେ ସାମିଲ ହୋଇଥିଲେ ମଧ୍ୟ ଅନେକ ପ୍ରସଙ୍ଗରେ ଏହାକୁ ବିରୋଧ କରାଯାଉଛି। କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁ ନେତା ଲଲନ ସିଂହ କହିଛନ୍ତି, ମୁସଲମାନମାନଙ୍କ ବିରୋଧରେ ଏହା କେମିତି? ସ୍ୱଚ୍ଛତା ଆଣିବା ପାଇଁ ଏହି ଆଇନ ପ୍ରଣୟନ କରାଯାଉଛି। ବିରୋଧୀ ଏହାକୁ ମନ୍ଦିର ସହ ତୁଳନା କରିବା ଠିକ୍ ନୁହେଁ।
ଏବେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି ବୋଲି କିରଣ ରିଜିଜୁ କହିଛନ୍ତି। ଏହା ଉପରେ ବାଚସ୍ପତି କହିଛନ୍ତି, ଖୁବ୍ ଶୀଘ୍ର କମିଟି ଗଠନ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/08/35-5.jpg)