ଉପନିର୍ବାଚନ ପାଇଁ ପଡୁଛି ଭୋଟ୍ । ଦିନ ଗୋଟାଏ ସୁଦ୍ଧା ଦୁଇଟି ଆସନରେ ୪୦.୫୧% ମତଦାନ । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ ରେକର୍ଡ

Advertisment
ଉପନିର୍ବାଚନ ପାଇଁ ପଡୁଛି ଭୋଟ୍ । ଦିନ ଗୋଟାଏ ସୁଦ୍ଧା ଦୁଇଟି ଆସନରେ ୪୦.୫୧% ମତଦାନ । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ ରେକର୍ଡ

କନକ ବ୍ୟୁରୋ: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ପ୍ରଥମେ ସକାଳ ୯ଟାରେ ୧୨.୧୧ ପ୍ରତିଶତ ଭୋଟ୍ ପଡିଥିବା ବେଳେ ଦିନ ୧୧ଟା ସୁଦ୍ଧା ଏହା ୨୬.୨୪ ପ୍ରତିଶତ ରେକର୍ଡ ହୋଇଥିଲା । ତେବେ ବାଲେଶ୍ୱର ଆସନରେ ୧୧ଟା ସୁଦ୍ଧା ୨୭.୦୬ ଏବଂ ତିର୍ତୋଲରେ ୨୪.୯୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦିନ ଗୋଟାଏ ସୁଦ୍ଧା ଏହି ଦୁଇ ଉପନିର୍ବାଚନ ଆସନରେ ମୋଟ୍ ୪୦ ଦଶମିକ ୫୧ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି । ସେହିଭଳି ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧. ୩୬ ଏବଂ ତିର୍ତ୍ତୋଲରେ ୩୯.୬୮ ପ୍ରତିଶତ ଭୋଟ୍ ପଡିଛି ।

publive-image

ତେବେ ଦୁଇ ସ୍ଥାନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏଁ ଚାଲିବ ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ଏହା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe