କନକ ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ପାକିସ୍ତାନ ସେନା ମୁଖ୍ୟଙ୍କ ମୁହଁରେ ଶାନ୍ତିର ଭାଷା । ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି । ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବେ ଶାନ୍ତର କଥା କହିଛନ୍ତି । ସୀମା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଛନ୍ତି ଜେନେରାଲ ବାଜୱା ।
ଏବେ ସମୟ ଆସିଯାଇଛି ସବୁ ଦିଗରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ପାକ୍ ସେନା ମୁଖ୍ୟ । ଜେନେରାଲ କମର ବାଜୱାଙ୍କ ଏପରି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପରୋକ୍ଷରେ ନୂଆଦିଲ୍ଲୀକୁ ଏପରି ସନ୍ଦେଶ ଦେଇଥିବା କୁହାଯାଉଛି । ତେବେ ପୂର୍ବରୁ ଭିନ୍ନ କଥା କହୁଥିବା ପାକ୍ ସେନାମୁଖ୍ୟଙ୍କ ଏଥର ସ୍ୱର ବଦଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/02/43-1.jpg)