ସରପଂଚଙ୍କୁ ଶୋଭାଯାତ୍ରାରେ ବୁଲାଇ ଗାଁ ରାସ୍ତାର ଉଦଘାଟନ କଲେ ଗାଁ ଲୋକେ । ସରପଂଚ ପଙ୍କଜ ଦାସଙ୍କ ନିଜସ୍ୱ ଉଦ୍ୟମରେ ୭୧ ବର୍ଷ ପରେ ତିଆରି ହେଲା ରାସ୍ତା

271

କନକ ବ୍ୟୁରୋ : ଗାଁକୁ ପକ୍କା ରାସ୍ତା ନିର୍ମାଣ ପରେ ସରପଂଚଙ୍କୁ ଶୋଭାଯାତ୍ରାରେ ବୁଲାଇ ଶୁଭ ଉଦଘାଟନ କଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ତ୍ରଇଲକ୍ୟପୁରୀ ଗାକୁଁ ସ୍ୱାଧିନତାର ୭୨ ବର୍ଷ ପରେ ବି ରାସ୍ତାଟିଏ ନଥିଲା । ଏପରିକି ନିର୍ବାଚନ ବେଳେ ଗ୍ରାମବାସୀ ମାନେ ଭୋର୍ଟ ବର୍ଜନ କରିଥିଲେ ବି କିଛି ସୁଫଳ ମିଳିନଥିଲା । ଏନେଇ କନକନ୍ୟୁଜରେ ଖବର ପ୍ରସାରଣ କରିଥିଲା ।

ଖବର ପ୍ରସାରଣ ପରେ ସରପଂଚ ପଙ୍କଜ ଦାସ ନିଜ ଉଦ୍ୟମରେ ଗାଁକୁ  ୧ କିଲୋମିଟର ବ୍ୟାପି ରାସ୍ତା ନିର୍ମାଣ କରିଛନ୍ତି । ବହୁଦିନର ସମସ୍ୟା ସମାଧାନ ହେବା ପରେ ଗାଁ ଲୋକେ ଖୁସିରେ ସରପଂଚଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଗ୍ରାମବାସୀ ମାନେ ସରପଂଚଙ୍କୁ ବାଜାବାଣ ସହ ବିରାଟ ଶୋଭାଯାତ୍ରାରେ ନେଇ ଗାଁ ପରିକ୍ରମା କରାଇବା ପରେ ରାସ୍ତାର ଉଦଘାଟନ କରାଇଛନ୍ତି  ।